ଦିନକରେ ୭୫ ହଜାରରୁ ଅଧିକ ସଂକ୍ରମିତ, ମୃତ୍ୟୁସଂଖ୍ୟା ୬୦ ହଜାର ଟପିଲା

Advertisment
ଦିନକରେ ୭୫ ହଜାରରୁ ଅଧିକ ସଂକ୍ରମିତ, ମୃତ୍ୟୁସଂଖ୍ୟା ୬୦ ହଜାର ଟପିଲା

Hindustan Times

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧ ହଜାରରୁ ଅଧିକ ଲୋକଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି। ଦିନକରେ ୭୫,୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ପରେ ଦେଶ‌ରେ ମୋଟ ମାମଲା ୩୩ ଲକ୍ଷ ଟପିଯାଇଛି। ସେହିଭଳି କରୋନାଜନିତ ମୋଟ୍‌ ମୃତ୍ୟୁସଂଖ୍ୟା ମଧ୍ୟ ୬୦ ହଜାର ପାର୍‌ କରିଯାଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ୧୦ ହଜାର ୨୩୫ରେ ଏବଂ ମୃତ୍ୟୁସଂଖ୍ୟା ୬୦ ହଜାର ୪୭୨ରେ ପହଞ୍ଚିଛି।

ଦେଶରେ ସକ୍ରିୟ ମାମଲା ରହିଛି ୭ ଲକ୍ଷ ୨୫ ହଜାର ୯୯୧। ୨୫ ଲକ୍ଷ ୨୩ ହଜାରରୁ ଅଧିକ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ୧ ଲକ୍ଷ ୭୩ ହଜାର ୧୯୫ ମାମଲା ସହ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସର୍ବାଧିକ। ମହାରାଷ୍ଟ୍ରରେ ମୋଟ୍‌ ୨୩ ହଜାର ୮୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଇସିଏମ୍‌ଆର ତଥ୍ୟ ଅନୁଯାୟୀ ଦେଶରେ ବୁଧବାର ୯ ଲକ୍ଷ ୨୪ ହଜାର ୯୯୮ ନମୁନା ପରୀକ୍ଷା ହୋଇଛି। ଏଯାବତ୍‌ ୩.୮୫ କୋଟି ନମୁନା ପରୀକ୍ଷା ହୋଇଛି। ଦିଲ୍ଲୀରେ ଆରୋଗ୍ୟ ହାର ସର୍ବାଧିକ ୯୦ ପ୍ରତିଶତ ଥିବାବେଳେ ତାମିଲନାଡ଼ୁରେ ୮୫ ପ୍ରତିଶତ ଏବଂ ବିହାରରେ ୮୩.୮୦ ପ୍ରତିଶତ ରହିଛି। ଏବେ କେରଳ, ଓଡ଼ିଶା, ଛତିଶଗଡ଼ ଏବଂ ପଂଜାବରେ ସଂକ୍ରମଣ ହାର ବୃଦ୍ଧି ପାଉଥିଲେ ମଧ୍ୟ ଦେଶର ଅଧିକାଂଶ ରାଜ୍ୟରେ ସଂକ୍ରମଣ କମିଛି। ଦେଶର ୧୮ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ରହିଛି। ତେବେ ଅଧିକାଂଶ ରାଜ୍ୟରେ ଆରୋଗ୍ୟ ହାର ୭୦ ପ୍ରତିଶତ ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe