ବିଶ୍ବରେ ମୃତ୍ୟୁସଂଖ୍ୟା ୬ ଲକ୍ଷ ଟପିଲା, ଇରାନ୍‌ରେ ୨ କୋଟି ୫୦ ଲକ୍ଷ ସଂକ୍ରମିତ!

Advertisment
କୋରାପୁଟରେ ହେବ ଆଉ ଦୁଇ କୋଭିଡ କେୟାର କେନ୍ଦ୍ର

National Herald

ନୂଆଦିଲ୍ଲୀ: ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ୬ ଲକ୍ଷ ଟପିଯାଇଛି। ଗତକାଲି ବିଶ୍ବରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୪୮୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ଏବଂ ୫,୫୫୯ କରୋନା ମୃତ୍ୟୁ ହୋଇଥିଲା। ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୪୯ ହଜାର ୭୭୭ରେ ପହଞ୍ଚିଛି ଏବଂ ୬ ଲକ୍ଷ ୭୩୨ ଜଣଙ୍କ ମୃତ୍ୟୂ ହୋଇଛି। ଆମେରିକାରେ ଲଗାତାର ୨ ଦିନ ଧରି ୭୦ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି। ଗୁରୁବାର ଦିନ ଆମେରିକା ସର୍ବାଧିକ ୭୭ ହଜାର ୪୯୯ ସଂକ୍ରମଣ ମାମଲା ଦେଖିଥିବାବେଳେ ଶୁକବ୍ରାର ପୁଣି ୭୦ ହଜାର ୬୭୪ ମାମଲା ଚିହ୍ନଟ ହୋଇଛି।

ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୩୭ ଲକ୍ଷ ୭୮ ହଜାର ଟପିଥିବା ବେଳେ ୧ ଲକ୍ଷ ୪୨ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇରାନ୍‌ ରାଷ୍ଟ୍ରପତି ଆଜି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ଇରାନ୍‌ରେ ଏବେ ୨ କୋଟି ୫୦ ଲକ୍ଷ ଲୋକ କରୋନା ସଂକ୍ରମିତ ଥିବା ନେଇ ଆକଳନ କରାଯାଇଛି ବୋଲି ଇରାନ୍‌ ରାଷ୍ଟ୍ରପତି ହାସନ୍‌ ରୋହାନି କହିଛନ୍ତି। ଆଗକୁ ଏହି ସଂକ୍ରମଣ ମାମଲା ୩ କୋଟି ୫୦ ଲକ୍ଷ ପହଞ୍ଚିପାରେ ବୋଲି ରୋହାନି କହିଛନ୍ତି। ବ୍ରାଜିଲ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୨୦ ଲକ୍ଷ ୫୦ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୭୭ ହଜାର ୯୬୪ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe