୧୬୯ ଦିନ ପରେ ଆରମ୍ଭ ହେଲା ଦିଲ୍ଲୀ ମେଟ୍ରୋ ସେବା

୧୬୯ ଦିନ ପରେ ଆରମ୍ଭ ହେଲା ଦିଲ୍ଲୀ ମେଟ୍ରୋ ସେବା

Image Courtesy of Hindustan Times

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ସହ ଦିଲ୍ଲୀରେ ଆଜି ମେଟ୍ରୋ ସେବା ଆରମ୍ଭ ହୋଇଛି। ଦୀର୍ଘ ୫ ମାସରୁ ଊର୍ଦ୍ଧ୍ବ ସମୟ ପରେ ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହୋଇଛି। ଦିଲ୍ଲୀରେ ଆଜି ସକାଳ ୭ଟାରେ ୪୯ କିମି ଲମ୍ବା ୟେଲୋ ଲାଇନ୍‌ରେ ମେଟ୍ରୋ ସେବା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଥମ କରିଡର୍‌ ଖୋଲିଛି। ପ୍ରଥମ ଦିନରେ ଭିଡ଼ ନଥିବା ଦେଖିବାକୁ ମିଳିଛି। କିନ୍ତୁ ଲୋକମାନଙ୍କୁ ଦୀର୍ଘଦିନ ପରେ ମେଟ୍ରୋ ସେବା ମିଳିଥିବାରୁ ସେମା‌ନେ ଖୁବ୍‌ ଖୁସି ଥିବା ଦେଖିବାକୁ ମିଳିଛି। ଲୋକମାନଙ୍କୁ ହାତ ସାନିଟାଇଜ୍‌ କରିବାପରେ ଷ୍ଟେସନ୍‌ ମଧ୍ୟକୁ ପ୍ରବେଶ ଅନୁମତି ମିଳୁଛି। ସାମାଜିକ ଦୂରତ୍ବ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେପ୍ଟେମ୍ବର ୧୨ ତାରିଖରୁ ସମ୍ପୂର୍ଣ୍ଣ ମେଟ୍ରୋ ସେବା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe