ବଢିଲା ରାହୁଲ ଗାନ୍ଧିଙ୍କ ଆଡ଼ୁଆ, ମାମଲା ରୁଜ୍ଜୁ କଲା ପୁଲିସ୍

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢିବାରେ ଲାଗିଛି। ବିଜେପିର ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ସଂସଦରେ ଠେଲାପେଲା ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିଛି।

They break, we add: Rahul targets BJP

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢିବାରେ ଲାଗିଛି। ବିଜେପିର ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ସଂସଦରେ ଠେଲାପେଲା ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ନେତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସହିଂତାର ଧାରା ୧୧୫, ୧୧୭,୧୨୫,୧୩୧,୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ବିଜେପି ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲା। ଏହି ଅଭିଯୋଗରେ ସଂସଦ ପରିସରରେ ଠେଲାପେଲା ସମୟରେ ରାହୁଲ ଶାରୀରିକ ଆକ୍ରମଣ ଓ ଉତ୍ତେଜନାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

ରାହୁଲ ଗାନ୍ଧିଙ୍କୁ ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ ଅଭିଯୋଗରେ ଅଭିଯୁକ୍ତ କରିବାକୁ ବିଜେପି ଦାବି କରିଥିଲା। ବିଜେପି ପକ୍ଷରୁ ସାଂସଦ ହେମାଙ୍ଗ ଯୋଶୀ, ଅନୁରାଗ ଠାକୁର ଓ ବାଂସୁରୀ ସ୍ୱରାଜ ସଂସଦ ରାସ୍ତା ଥାନାରେ ପହଞ୍ଚି ପୁଲିସକୁ ଅଭିଯୋଗ ପ୍ରଦାନ କରିଥିଲେ।

ବିଜେପି ସାଂସଦ ଅନୁରାଗ ଠାକୁର ଏହି ମାମଲାର ତଦନ୍ତ କରି ବିଏନଏସର ଧାରା ୧୦୯ (ହତ୍ୟା ଉଦ୍ୟମ), ୧୧୫ (ସ୍ବେଚ୍ଛାକୃତ ଭାବରେ ଆଘାତ ଦେବା), ୧୧୭ (ସ୍ବେଚ୍ଛାକୃତ ଭାବରେ ଗମ୍ଭୀର ଆଘାତ ଦେବା), ୧୨୫ (ଅନ୍ୟମାନଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା), ୧୩୧ (ଅପରାଧିକ ବଳ ପ୍ରୟୋଗ), ୩୫୧ (ଅପରାଧିକ ଧମକ) ଏବଂ ୩(୫) (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe