ରାଷ୍ଟ୍ରପତିଙ୍କୁ ନେଇ ଅପମାନଜନକ ମନ୍ତବ୍ୟ: ଟିଏମ୍‌ସି ମନ୍ତ୍ରୀଙ୍କ ବିରୋଧରେ ‘ଦୃଢ଼ କାର୍ଯ୍ୟାନୁଷ୍ଠାନ’ ଦାବି ତେଜିଲା

Advertisment

ଆଦିବାସୀ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଆଦିବାସୀ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଷ୍ଟ୍ରପତିଙ୍କୁ ନେଇ ଅପମାନଜନକ ମନ୍ତବ୍ୟ: ଟିଏମ୍‌ସି ମନ୍ତ୍ରୀଙ୍କ ବିରୋଧରେ ‘ଦୃଢ଼ କାର୍ଯ୍ୟାନୁଷ୍ଠାନ’ ଦାବି ତେଜିଲା

ନୂଆଦିଲ୍ଲୀ : ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ବି‌ରୋଧରେ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଏକ ମାମଲା ଦାଏର କରିଛନ୍ତି। ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ଚାଟାର୍ଜୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ସହିତ ରବିବାର ଦିନ ପଶ୍ଚିମବଂଗରେ ବିଭିନ୍ନ ଅଂଚଳରେ ଆଦିବାସୀ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। କେତେକ ସ୍ଥାନରେ ଟିଏମ୍‌ସି ନେତାମାନଙ୍କୁ ଆଦିବାସୀମାନେ ଅଟକାଇ ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି।

ଶନିବାର ଗିରିଙ୍କୁ ଗିରଫ କରିବା ଲାଗି ପଶ୍ଚିମବଙ୍ଗ ବିଜେପି ସାଂସଦ ସୌମିତ୍ର ଖାନ୍ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ହସ୍ତକ୍ଷେପ ଦାବି କରିଥିଲେ। ରାଷ୍ଟ୍ରପତିଙ୍କ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଲାଗି କ୍ଷମା ମାଗିବା ପାଇଁ ମହିଳା କମିସନ ତୃଣମୂଳ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ। କମିସନ ମଧ୍ୟ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ଆହୁରି ଅନେକ ବିଜେପି ନେତା ଗିରିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ଦାବି କରିଛନ୍ତି।

ମମତା ବାନାର୍ଜୀ ଗିରିଙ୍କୁ ଦଳରୁ ବହିଷ୍କାର କରିବା ଲାଗି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦାବି କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଗିରିଙ୍କ ବହିଷ୍କାର ଲାଗି ଦାବି କରିବା ଲାଗି ରାଜ୍ୟପାଳ ଲା ଗଣେଶନ୍‌ଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ଚାରିଆଡ଼ୁ ବିରୋଧ ଓ ସମାଲେଚନାର ସ୍ବର ଉଠିବା ପରେ ଅଖିଳ ଗିରି କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ମହାମହିମଙ୍କୁ ନେଇ ସେ ଦେଇଥିବା ଅପମାନଜନକ ବୟାନ ବିରୋଧରେ ଜୋରଦାର ସ୍ବର ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe