ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା ଦାବି ଖାରଜ

Advertisment
ହାତୀ ପିଠିରେ କଟକ ବୁଲିଥିଲେ ସୁଭାଷ

Cultural India

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସକୁ ଜାତୀୟ ଛୁଟି ଦିବସ ଘୋଷଣା ପାଇଁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରାଯାଇଥିଲା। ସୋମବାର ସୁପ୍ରିମ୍‌କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେବି ପାର୍ଦିୱାଲାଙ୍କ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରି କହିଲେ ଯେ ଏ ବିଷୟରେ ଚାହିଁଲେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରିବେ। ଏହାର କୋର୍ଟର ବିଚାର୍ଯ୍ୟ ବିଷୟ ନୁହେଁ।

ପୁଣି କୋର୍ଟ କହିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ଯେପରି ଦେଶକୁ ସ୍ବାଧୀନ କରିବା ପାଇଁ କଠିନ ପରିଶ୍ରମ କରିଥିଲେ, ସେହିପରି ତାଙ୍କ ଜନ୍ମ ଦିବସକୁ ପାଳନ କରିବାର ସର୍ବଶ୍ରେଷ୍ଠ ତରିକା ହେଲା ଦେଶର ଉନ୍ନତି ପାଇଁ କଠିନ ପରିଶ୍ରମ କରିବା। କେକେ ରମେଶ ନାମକ ଜଣେ ଓକିଲ ଏହି ପିଆଇଏଲ୍‌ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe