ଚାଷୀ ନେତାଙ୍କ ଦାବି ଆମକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଛି

Advertisment
ଚାଷୀ ନେତାଙ୍କ ଦାବି ଆମକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଛି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବି‌ରୋଧ କରି ଜାରି ରହିଥିବା ଆନ୍ଦୋଳନରେ ଏବେ ଏକ ନୂଆ‌ ଟ୍ବିଷ୍ଟ୍‌ ଆସିଛି। ଆନ୍ଦୋଳନରତ ଚାଷୀନେତାମାନେ ଦାବି କରିଛନ୍ତି ଯେ, ସେମାନଙ୍କୁ ହତ୍ୟା କରିବା ପାଇଁ ଏବଂ ଜାନୁଆରି ୨୬ ଟ୍ରାକ୍ଟର ରୢାଲିରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଷଡ଼ଯନ୍ତ୍ର ହୋଇଛି। ସିଂଘୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଚାଷୀ ନେତାମାନେ ଜଣେ ଅଟକ ବ୍ୟକ୍ତିଙ୍କୁ ହାଜର କରିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି ଯେ, ତାଙ୍କ ସହ‌େଯାଗୀମାନଙ୍କୁ ପୁଲିସ ବେଶରେ ଟ୍ରାକ୍ଟର ରୢାଲି ସମୟରେ ବିଶୃଙ୍ଖଳ ଜନତାଙ୍କ ଉପରକୁ ଲାଠି ମାଡ଼ କରିବାକୁ କୁହାଯାଇଛି ଏବଂ ଚାଷୀ ନେତାମାନଙ୍କୁ ଗୁଳି କରିବା ପାଇଁ ଯୋଜନା ହୋଇଛି । ଚାଷୀ ନେତାମାନେ କହିଛନ୍ତି, ସେମାନେ ଏହି ବ୍ୟକ୍ତିଙ୍କୁ ସିଂଘୁ ସୀମା ଆନ୍ଦୋଳନସ୍ଥଳରୁ ଧରିଥିଲେ। ତାଙ୍କୁ ପରେ ହରିୟାଣା ପୁଲିସକୁ ହସ୍ତାନ୍ତର କରାଯାଇଛି। ଚାଷୀ ନେତା କୁଲୱନ୍ତ ସିଂହ ସାଧୁ କହିଛନ୍ତି, କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରୟାସ ହୋଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୨୮ରୁ ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ହଜାର ହଜାର ଚାଷୀ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe