ହୀରା ବ୍ୟବସାୟୀଙ୍କ ପୁଅ ବାହାଘରରେ ‌େମାଦୀ

Advertisment

ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ସବ୍‌ଜୀ ଢୋଲକିଆଙ୍କ ପୁଅ ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସୁରଟ୍‌ର ସବୁଠୁ ଧନୀ ବ୍ୟକ୍ତିଭାବେ ଜଣାଶୁଣା ଢୋଲକିଆଙ୍କ ପୁଅ ବାହାଘର ଉତ୍ସବ ଗୁଜରାଟର ଦୁଧାଲାରେ ହୋଇଥିଲା।

ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ସବ୍‌ଜୀ ଢୋଲକିଆଙ୍କ ପୁଅ ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସୁରଟ୍‌ର ସବୁଠୁ ଧନୀ ବ୍ୟକ୍ତିଭାବେ ଜଣାଶୁଣା ଢୋଲକିଆଙ୍କ ପୁଅ ବାହାଘର ଉତ୍ସବ ଗୁଜରାଟର ଦୁଧାଲାରେ ହୋଇଥିଲା।

gjgjgjgjg

ନୂଆଦିଲ୍ଲୀ: ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ସବ୍‌ଜୀ ଢୋଲକିଆଙ୍କ ପୁଅ ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସୁରଟ୍‌ର ସବୁଠୁ ଧନୀ ବ୍ୟକ୍ତିଭାବେ ଜଣାଶୁଣା ଢୋଲକିଆଙ୍କ ପୁଅ ବାହାଘର ଉତ୍ସବ ଗୁଜରାଟର ଦୁଧାଲାରେ ହୋଇଥିଲା। ପ୍ରଧାନମନ୍ତ୍ରୀ ଏଥିରେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏହାର ଭିଡିଓ ଢୋଲକିଆଙ୍କ ପରିବାର ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯାଇଛି। ହରିକ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ ଢୋଲକିଆ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବା ପାଇଁ ସେ ନୂଆଦିଲ୍ଲୀ ଯାଇଥିଲେ।

 ପ୍ରଧାନମନ୍ତ୍ରୀ ଏକ ଚପରରେ ଯାଇ ‌ବିବାହ ଉତ୍ସବରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ସେମାନଙ୍କୁ ଅତ୍ୟନ୍ତ ଖୁସି ଦେଇଛି ବୋଲି ‌ଶ୍ରୀ ଢୋଲକିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ‌ଢୋଲକିଆ ପ୍ରତିବର୍ଷ ତାଙ୍କ କମ୍ପାନିର କର୍ମଚାରୀମାନଙ୍କୁ କାର୍‌, ଘର ଭଳି ଦାମୀ ଉପହାର ଦେବା ନେଇ ବେଶ୍‌ ପରିଚିତ। ଚଳିତବର୍ଷ ତାଙ୍କ କମ୍ପାନି ଦିଲ୍ଲୀରେ କର୍ମଚାରୀମାନଙ୍କୁ ୬୦୦ କାର୍‌ ଦେଇଥିବା କୁହାଯାଉଛି। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଇ କିଛି କର୍ମଚାରୀଙ୍କୁ ଚାବି ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe