ଅସନ୍ତୁଷ୍ଟ ଏସ୍‌ପି ୫ ପୁଲିସ କର୍ମଚାରୀଙ୍କୁ ଲକ୍‌ଅପରେ ରଖିଲେ

Advertisment
ଅସନ୍ତୁଷ୍ଟ ଏସ୍‌ପି ୫ ପୁଲିସ କର୍ମଚାରୀଙ୍କୁ ଲକ୍‌ଅପରେ ରଖିଲେ

ନୂଆଦିଲ୍ଲୀ: ବିହାରରେ ଅଧସ୍ତନ କର୍ମଚାରୀଙ୍କ କାର୍ଯ୍ୟରେ ଅସନ୍ତୁ‌ଷ୍ଟ ହୋଇ ଜଣେ ଏସ୍‌ପି ୫ ଜଣ ପୁଲିସ କର୍ମଚାରୀଙ୍କୁ ଲକ୍‌ଅପ୍‌ରେ ରଖିବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏକ ଭିଡିଓରେ ବିହାରର ପାଞ୍ଚ ଜଣ ପୁଲିସ କର୍ମଚାରୀ ସେମାନଙ୍କ ୟୁନିଫର୍ମରେ ଲକ୍ଅପ୍ ଭିତରେ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ବିହାର ପୁଲିସ ଆସୋସିଏସନ ରବିବାର ନୱାଦା ଜିଲ୍ଲା ଏସ୍‌ପି ଗୌରବ ମଙ୍ଗଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଘଟଣାରୁ ଜଣାପଡ଼ିଛି, ଗୁରୁବାର ରାତିରେ ଏସ୍‌ପି ତିନି ଜଣ ସହକାରୀ ସବ୍-ଇନ୍ସପେକ୍ଟର ଏବଂ ଦୁଇ ଜଣ ସବ୍-ଇନ୍ସପେକ୍ଟରଙ୍କୁ ଦୁଇ ଘଣ୍ଟା ଧରି ଲକ୍ଅପ୍ ଭିତରେ ରଖିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଏସ୍‌ପିଙ୍କ ସହ ଯୋଗାଯୋଗ କରି ତାଙ୍କୁ ଭିଡିଓ ବିଷୟରେ ପଚାରିବାରୁ ଏସ୍‌ପି ଏହାକୁ ମିଥ୍ୟା ଖବର ବୋଲି କହି ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe