ଯୁବକଙ୍କୁ ଚାପୁଡ଼ା ମାରି ବଦଳିଲେ ଜିଲ୍ଲାପାଳ

Advertisment
ଯୁବକଙ୍କୁ ଚାପୁଡ଼ା ମାରି ବଦଳିଲେ ଜିଲ୍ଲାପାଳ

ନୂଆଦିଲ୍ଲୀ: ଛତିଶଗଡ଼ର ସୁରଜପୁର ଜିଲ୍ଲାରେ କୋଭିଡ୍‌ ନିୟମ ଖିଲାପ କରୁଥିବା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରଣବୀରଙ୍କୁ ସେଠାରୁ ବଦଳି କରିଦେଇଛନ୍ତି। କୋଭିଡ୍‌ କଟକଣା ବେଳେ ସଂପୃକ୍ତ ଯୁବକ ଜଣକ ରାସ୍ତାରେ ଦ୍ରୁତ ବେଗରେ ଗାଡ଼ି ଚଲାଇବା ସହ ପୁଲିସ କର୍ମଚାରୀଙ୍କୁ ଭୁଆଁ ବୁଲାଉଥିବା ବେଳେ ଜିଲ୍ଲାପାଳ ଶର୍ମା ଯୁବକଙ୍କକର ଫୋନ୍‌ଟିକୁ ଛଡ଼ାଇ ଆଣି ତଳକୁ ଫିଙ୍ଗିଦେବା ସହ ତାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ।

ତେବେ ଉକ୍ତ ଦୃଶ୍ୟର ଭିଡିଓ ପ୍ରଚାର ହେବା ପରେ ଶର୍ମା ଏଥିପାଇଁ ଅନୁତପ୍ତ କହି କ୍ଷମା ମାଗିଥିଲେ। ମାତ୍ର ଜିଲ୍ଲାପାଳଙ୍କର ଏଭଳି ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅନସ୍ବୀକାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ବାଘେଲ ଟିପ୍ପଣୀ କରିଥିଲେ। ଏପରିକି ଛତିଶଗଡ଼ରେ ତାହା କୌଣସିମତେ ସହନୀୟ ନୁହେଁ ବୋଲି ସେ କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ତତ୍କାଳ ସେଠାରୁ ବଦଳି ପାଇଁ ନିର୍ଦ୍ଦେଶ କରିଥିଲେ। ଜିଲ୍ଲାପାଳଙ୍କ ଏପରି କାରନାମାକୁ ରାଜ୍ୟର ଆଇଏଏସ୍‌ ସଂଘ ମଧ୍ୟ ଦୃଢ଼ ନିନ୍ଦା କରିବା ସହ ଏଭଳି ଦୁର୍ବିଷହ ବେଳେ ଅଧିକାରୀମାନେ ସଂଯମ ଅବଲମ୍ବନ ପୂର୍ବକ ସାଧାରଣ ଜନତାଙ୍କୁ ଭରସାକୁ ଆଣି ଆଶ୍ବସ୍ତ କରିବା ଜରୁରୀ ବୋଲି ମତ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶର୍ମାଙ୍କୁ ରାଜ୍ୟ ସଚିବାଳୟର ଜଣେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe