ଚାଷୀ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ ପାଇଁ ଜିଲ୍ଲାପାଳ, ଏସ୍‌ପି ହଟିଲେ

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

ଭୋପାଳ: ମଧ୍ୟପ୍ରଦେଶର ଗୁଣା ଜିଲ୍ଲାରେ ଜବରଦଖଲ ହଟାଅ ଅଭିଯାନକୁ ବିରୋଧ କରି ଏକ ଦଳିତ ଚାଷୀ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର ରାତିରେ ଗୁଣା ଜିଲ୍ଲାପାଳ ଏବଂ ପୁଲିସ ଅଧୀକ୍ଷକଙ୍କୁ ହଟାଇନେବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ, ଜବରଦଖଲ ହଟାଇବା ଆଳରେ ପୁଲିସ ଉକ୍ତ ଦମ୍ପତିଙ୍କର ଫସଲ ନଷ୍ଟ କରିଦେଇଥିଲେ। ଉକ୍ତ ସରକାରୀ ଜାଗାରେ ସେମାନେ କ୍ଷେତ କରିଥିବା ବେଳେ ସେଠାରେ ଏକ କଲେଜ କୋଠା ନିର୍ମାଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହାର ପ୍ରତିବାଦରେ ଚାଷୀ ରାଜକୁମାର ଆହିରଵାର ଓ ତାଙ୍କ ପତ୍ନୀ ସାବିତ୍ରୀ ମଙ୍ଗଳବାର ରାତିରେ ବିଷ ପିଇଦେଇଥିଲେ।

ପ୍ରତ୍ୟକ୍ଷଦର୍ଶୀମାନେ ଉତ୍ତୋଳନ କରିଥିବା ଘଟଣାର ଭିଡିଓ ଚିତ୍ରରେ ପୁଲିସ୍ ଲାଠିରେ କିଛି ସ୍ଥାନୀୟ ଲୋକଙ୍କୁ ପିଟୁଥିବା ଦେଖାଯାଇଥିଲା। ଏପରିକି ପୁଲିସଙ୍କ ସହିତ ଜଣେ ମହିଳା ଯୁକ୍ତିତର୍କ କରୁଥିବା ଏବଂ ପୁଲିସଠାରୁ ମାଡ଼ ଖାଉଥିବା ଜଣେ ପୁରୁଷଙ୍କୁ ସେ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ସେହିପରି ଅନ୍ୟ ଏକ ଚିତ୍ରରେ ଚାଷୀ ଦମ୍ପତି ଚେତା ହରାଇ ପଡ଼ିଥିବା ବେଳେ ତାଙ୍କ ପିଲାମାନେ ସେମାନଙ୍କୁ ଧରି କାନ୍ଦୁଥିଲେ। ଏହି ଘଟଣାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ କମଳନାଥ ପ୍ରତିକ୍ରିୟା ରଖି ଏହା ଶିବରାଜଙ୍କ ଜଂଗଲ ରାଜ ବୋଲି ଆକ୍ଷେପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe