ପୁଲିସର ବୟାନକୁ ଖଣ୍ଡନ କଲେ ଡାକ୍ତର, ଦୁବେକୁ ମୃତ ଅବସ୍ଥାରେ ହସ୍ପିଟାଲ୍‌ ଅଣାଯାଇଥିଲା

Advertisment
ପୁଲିସର ବୟାନକୁ ଖଣ୍ଡନ କଲେ ଡାକ୍ତର, ଦୁବେକୁ ମୃତ ଅବସ୍ଥାରେ ହସ୍ପିଟାଲ୍‌ ଅଣାଯାଇଥିଲା

କାନପୁର : ଉତ୍ତରପ୍ରଦେଶର ମୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ କାନପୁରଠାରୁ ୩୦ କିମି ଦୂରରେ ଘଟିଥିବା ଏନ୍‌କାଉଣ୍ଟର ସ୍ଥଳରେ ଗୁରୁତର ଆହତ ହୋଇଥିଲା ଏବଂ ତାକୁ ହସ୍ପିଟାଲ୍‌ ନେବାବେଳେ ସେ ଜୀବିତ ଥିଲା ବୋଲି ପୁଲିସ ଦେଇଥିବା ବୟାନକୁ କାନପୁର ହସ୍ପିଟାଲ୍‌ର ଡାକ୍ତର ଖଣ୍ଡନ କରିଛନ୍ତି। ପୁଲିସ ଦୁବେକୁ ମୃତ ଅବସ୍ଥାରେ ହସ୍ପିଟାଲ୍‌ ଆଣିଥିଲା ବୋଲି ଡାକ୍ତରଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଦୁବେର ଦେହରେ ୪ଟି ଗୁଳି ବାଜିଥିଲା ଏବଂ ହସ୍ପିଟାଲ୍‌ ପହଞ୍ଚିବା ବେଳକୁ ତା ଦେହରେ ପ୍ରାଣ ନଥିଲା ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଦୁବେର ଛାତି, କାନ୍ଧ ଏବଂ ଅଣ୍ଟାରେ ଗୁଳି ବାଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe