ଗର୍ଭାଶୟ ଚିକିତ୍ସା ବାହାନାରେ କିଡ୍‌ନି ନେଇ ଡାକ୍ତର ଫେରାର

Advertisment

କଠୋର ଦଣ୍ଡ ଦାବି କଲେ ମହିଳା, ଡାକ୍ତରଙ୍କ କିଡନି କାଢ଼ି ମୋ ଶରୀରରେ ପ୍ରତିରୋପଣ କରାଯାଉ

କଠୋର ଦଣ୍ଡ ଦାବି କଲେ ମହିଳା, ଡାକ୍ତରଙ୍କ କିଡନି କାଢ଼ି ମୋ ଶରୀରରେ ପ୍ରତିରୋପଣ କରାଯାଉ

ଗର୍ଭାଶୟ ଚିକିତ୍ସା ବାହାନାରେ କିଡ୍‌ନି ନେଇ ଡାକ୍ତର ଫେରାର

ପାଟନା : ବିହାର ମୁଜାଫରପୁରର ଜଣେ ମହିଳା ଗତ ସେପ୍ଟେମ୍ବରରେ ଏକ ବଡ଼ ଠକାମିର ଶିକାର ହୋଇଛନ୍ତି। ସୁନୀତା ଦେବୀ ନାମକ ଜଣେ ମହିଳା ତାଙ୍କ ଗର୍ଭାଶୟ ସଂକ୍ରମଣର ଚିକିତ୍ସା ପାଇଁ ମୁଜାଫରପୁରର ସ୍ଥାନୀୟ ବରିୟାରପୁରରେ ଥିବା ଏକ ଘରୋଇ କ୍ଲିନିକ୍‌କୁ ଯାଇଥିଲେ। ସେଠାରେ ଡାକ୍ତର ଆର୍‌ କେ ସିଂହ ତାଙ୍କର ଚିକିତ୍ସା କରିବା ବଦଳରେ ତାଙ୍କର କିଡନି ଅସ୍ତ୍ରୋପଚାର କରି କାଢ଼ିନେଇଥିଲେ। ସେପ୍ଟେମ୍ବର ୩ରେ ତାଙ୍କର ଅପରେସନ୍‌ ହୋଇଥିଲା। ତେବେ ଲଗାତାର ଭାବେ ସେ ପେଟରେ ଯନ୍ତ୍ରଣା ଭୋଗିବାରୁ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ହୋଇଯିବାରୁ ସେ ଏସକେଏମସିଏଚ (ଶ୍ରୀ କ୍ରୀଷ୍ଣା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌) ହସ୍ପିଟାଲ୍‌ ଯାଇଥିଲେ। ଏଠାରେ ଡାକ୍ତରମାନେ ତାଙ୍କର ବିଭିନ୍ନ ଟେଷ୍ଟ୍‌ କରିବାପରେ ଜଣାପଡ଼ିଥିଲା ଯେ ତାଙ୍କର କିଡନି ନାହିଁ। ଏହାପରେ ତାଙ୍କୁ ପାଟନାର ଆଇଜିଆଇଏମଏସ (ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ)କୁ ପଠାଗଲା। କିନ୍ତୁ ଏଠାରେ କିଛି ଦିନ ଚିକିତ୍ସା ହେବାପରେ ସେ ପୁଣିଥରେ ଏସକେଏମସିଏଚ୍‌ରେ ଚିକିତ୍ସାଧୀନ ଅଛନ୍ତି।

publive-image

୩୮ ବର୍ଷୀୟା ସୁନୀତା ଏବେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୁନୀତା କହିଛନ୍ତି, ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ତାଙ୍କ କିଡନି କାଢ଼ି ମୋ ଶରୀରରେ ପ୍ରତିରୋପଣ କରାଯାଉ। ଏହାଦ୍ବାରା ମୁଁ ବଞ୍ଚିପାରିବି। ସୁନୀତା କହିଛନ୍ତି, ଟଙ୍କା ପାଇଁ ଗରିବଙ୍କ ଜୀବନ ସହ ଖେଳ ଖେଳୁଥିବା ସମସ୍ତ ଡାକ୍ତରଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ। ସୁନୀତାଙ୍କର ୩ଟି ଛୋଟ ପିଲା ଅଛନ୍ତି। ସେ ସେମାନଙ୍କ ଯତ୍ନ ନେବାପାଇଁ ବଞ୍ଚି ରହିବାପାଇଁ ଚାହାନ୍ତି।
ଏହି ମାମଲାର ପର୍ଦ୍ଦାଫାସ ହେବା ପରଠାରୁ ଅଭିଯୁକ୍ତ ଡାକ୍ତର ଆର୍‌କେ ସିଂହ ଫେରାର ଅଛନ୍ତି। ପୁଲିସ ତାଙ୍କର କିଛି ପତ୍ତା ପାଉନି। ଏସକେଏମସିଏଚ ଅଧୀକ୍ଷକ ଡାକ୍ତର ବିଏସ୍‌ ଝା କହିଛନ୍ତି, ସୁନୀତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରତି ଦିନ ଛଡ଼ା ଦିନେ ତାଙ୍କର ଆମେ ଡାଇଲୋସିସ୍‌ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe