ଡାକ୍ତର ବାପପୁଅ ମୃତ, ମା’ ଗୁରୁତର

Advertisment
ଆମ୍ବତୋଳୁଥିବା ବେଳେ ଗଛରୁ ଖସିପଡ଼ି ଯୁବତୀ ମୃତ

jknewspoint.com

କଲ୍ୟାଣ : ମହାରାଷ୍ଟ୍ରର କଲ୍ୟାଣରେ ଗୋଟିଏ ପରିବାରରେ ଦିନକରେ ବାପପୁଅଙ୍କର କରୋନାରେ ମୃତ୍ୟୁ ହୋଇଛି। ବାପା ଡାକ୍ତର ନଗେନ୍ଦ୍ର ମିଶ୍ର (୫୮) ଏବଂ ପୁଅ ସୁରଜ (୨୮) ପେସାରେ ଡାକ୍ତର । ସେମାନେ ମହାମାରୀ ଆରମ୍ଭରୁ କରୋନା ରୋଗୀଙ୍କ ସେବା କରି ଆସୁଛନ୍ତି। ଶେଷରେ ସେମାନେ କରୋନାରେ ଆଖି ବୁଜିଦେଲେ। ମୁମ୍ବାଇରେ ବେଡ୍‌ର ଅଭାବ ଥିବାରୁ ତାଙ୍କ ପରିବାରର ସଦସ୍ୟ ଭିନ୍ନ ଭିନ୍ନ ସହରରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ନଗେନ୍ଦ୍ର ଥାନେର ବେଦାନ୍ତ ହସ୍ପିଟାଲ୍‌ରେ ଏବଂ ସୁରଜ ଗୁଡ଼ଗାଓଁର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ନଗେନ୍ଦ୍ରଙ୍କ ପତ୍ନୀ ବସାଇ-ବିରାର୍‌ ଅଞ୍ଚଳର ଏକ ହସ୍ପିଟାଲ୍‌ରେ ଏବେ ଚିକିତ୍ସିତ ହେଉଛନ୍ତି। ନଗେନ୍ଦ୍ରଙ୍କର ଅନ୍ୟ ଜଣେ ପୁଅ ମଧ୍ୟ ଜଣେ ଡାକ୍ତର। ପ୍ରଥମେ ନଗେନ୍ଦ୍ରଙ୍କର କ‌ରୋନରେ ମୃତ୍ୟୁ ହୋଇଥିବାବେଳେ ଏହାର କିଛି ଘଣ୍ଟା ପରେ ତାଙ୍କ ପୁଅର ମୃତ୍ୟୁ ହୋଇଛି। ୬ ଦିନ ପୂର୍ବେ ଡାକ୍ତର ନଗେନ୍ଦ୍ର ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହାପରେ ପୁଅ ସଂକ୍ରମିତ ହୋଇଥ‌ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe