ଭୟ ବଢ଼ାଉଛି ମଙ୍କିପକ୍ସ: ଦିଲ୍ଲୀରେ ଆଉ ଜଣେ ଚିହ୍ନଟ, ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ

Advertisment

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା

‘ମଙ୍କିପକ୍ସ’ର ନାମ ଏବେ ‘ଏମ୍‌ପକ୍ସ’

Image Courtesy of India Today

ନୂଆଦିଲ୍ଲୀ : ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବାପରେ ମଙ୍କିପକ୍ସକୁ ନେଇ ଭୟ ବଢ଼ିଛି। ନିକଟରେ ୟୁଏଇରୁ କେରଳ ଫେରିଥିବା ଜଣେ ଯୁବକଙ୍କର ଗତ ଶନିବାର ଦିନ ମୃତ୍ୟୁ ହୋଇଥିଲା। ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବାପରେ କେନ୍ଦ୍ର ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପଦ‌କ୍ଷେପ ଗ୍ରହଣ କରିଛନ୍ତି। ମଙ୍କିପକ୍ସ ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି। ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ)ଭିକେ ପଲ୍‌ ଏହି ଟାସ୍କ ଫୋର୍ସର ମୁଖ୍ୟ ଏବଂ ଏହାର ସଦସ୍ୟମାନଙ୍କ ମଧ୍ୟରେ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଦେଶର ପ୍ରମୁଖ ଡାକ୍ତରଖାନା ଏବଂ ଗବେଷଣା ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଏଥିରେ ଅଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣର ଉତ୍ତମ ମୁକାବିଲା ଦିଗରେ ଏହି ଟାସ୍କ ଫୋର୍ସ ସହଯୋଗ କରିବ। ଟାସ୍କ ଫୋର୍ସ ମଧ୍ୟ ଆବଶ୍ୟକ ସ୍ଥଳେ ରାଜ୍ୟମାନଙ୍କୁ ପରାମର୍ଶ ଦେବ।

ଏଭଳି ସ୍ଥିତିରେ ଦିଲ୍ଲୀରେ ରହୁଥିବା ଜଣେ ୩୫ ବର୍ଷୀୟ ନାଇଜେରିଆ ବ୍ୟକ୍ତି ଆଜି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି। ସେ ନିକଟରେ କୌଣସି ବିଦେଶ ରାଷ୍ଟ୍ର ଗସ୍ତ କରିନାହାନ୍ତି। ସେ ଦିଲ୍ଲୀର ଦ୍ବିତୀୟ ମଙ୍କିପକ୍ସ ରୋଗୀ। ଦିଲ୍ଲୀର ୨ ମଙ୍କିପକ୍ସ ରୋଗୀଙ୍କୁ ଏଲଏନ୍‌ଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏଥିସହ ଦେଶରେ ମୋଟ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଏଯାବତ୍‌ କେରଳରୁ ୩ଟି ଏବଂ ଦିଲ୍ଲୀରେ ୨ଟି ଏବଂ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଗୋଟିଏ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ତେବେ କେରଳରେ ମଙ୍କିପକ୍ସରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ମୋଟ୍‌ ୨୦ ଜଣଙ୍କୁ କ୍ବାରାଣ୍ଟିନ‌ରେ ରଖାଯାଇଛି। ସମ୍ପୃକ୍ତ ବ୍ୟକ୍ତି ୧୦ ଜଣଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe