ଡ୍ରାଇଭରଙ୍କ ପୁଅ ହେଲେ ସିଡିଏସ୍ ୨ ପରୀକ୍ଷାରେ ଟପ୍ପର

ଡ୍ରାଇଭରଙ୍କ ପୁଅ ହେଲେ ସିଡିଏସ୍ ୨ ପରୀକ୍ଷାରେ ଟପ୍ପର

News Riveting

ଡେରାଡୁନ: ଉତ୍ତରାଖଣ୍ଡ ହଲଦୱାନି ଅଞ୍ଚଳର ଜଣେ ଡ୍ରାଇଭରଙ୍କ ପୁଅ ହିମାଂଶୁ ପାଣ୍ଡେ ୟୁପିଏସ୍‌ସି ସିଡିଏସ୍ ୨ ପରୀକ୍ଷାରେ ଟପ୍ପର ହୋଇ ଭାରତୀୟ ସାମରିକ ଏକୋଡେମି (ଆଇଏମ୍‌ଏ)ରେ ନାମ ଲେଖାଇବା ସୁଯୋଗ ପାଇଛନ୍ତି। ଇଂଜିନିୟରିଂ ସ୍ନାତକ ହିମାଂଶୁଙ୍କ ପିତା ଏକ ଘରୋଇ କମ୍ପାନିରେ ଡ୍ରାଇଭର ଭାବେ କାମ କରନ୍ତି। ଜୁନ୍ ୩ ତାରିଖରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ କମ୍ବାଇଣ୍ଡ ଡିଫେନ୍ସ ସର୍ଭିସେସ୍ (ସିଡିଏସ୍) ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ପରିବାରରେ ଆନନ୍ଦର ଲହରି ଖେଳିଯାଇଛି। ଭାରତୀୟ ମିଲିଟାରି ଏକାଡେମି (ଆଇଏମ୍‌ଏ), ବାୟୁସେନା ଏକାଡେମି ଏବଂ ନାଭାଲ ଏକାଡେମିରେ ନାମ ଲେଖାଇବା ପାଇଁ ମୋଟ ୧୪୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବୋଚ୍ଚ ରୢାଙ୍କ ରଖି ହିମାଂଶୁ ପାଣ୍ଡେ ଡେରାଡୁନସ୍ଥିତ ଆଇଏମ୍‌ଏରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ହିମାଂଶୁ ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ। ସେ ଇଣ୍ଟରମିଡିଏଟ୍‌ରେ ୯୫ ପ୍ରତିଶତ ମାର୍କ ରଖିଥିଲେ। ତା’ପରେ ସେ ବିପିନ ଚନ୍ଦ୍ର ତ୍ରିପାଠୀ ଇଂଜିନିୟରିଂ କଲେଜ‌, ଦ୍ବାରହାଟ, ଆଲମୋରାରେ ବିଟେକ୍ କଲେ ଏବଂ ଇଂଜିନିୟରିଂ ପଢ଼ା ଚାଲିଥିବା ସମୟରେ ସିଡିଏସ୍‌ ଲାଗି ପ୍ରସ୍ତୁତି ଚଳାଇଥିଲେ। ସେ ତିନିଥର ଚେଷ୍ଟା କଲାପରେ ଏହି ସଫଳତା ପାଇଛନ୍ତି। ସେନା ଅଫିସର ହେବା ଲାଗି ପିଲାଦିନୁ ତାଙ୍କର ଇଚ୍ଛା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe