ବଡ଼ପୁଅକୁ କ୍ରାଉନ୍ ପ୍ରିନ୍ସ ନିଯୁକ୍ତ କଲେ ୟୁଏଇ ରାଷ୍ଟ୍ରପତି

ବଡ଼ପୁଅକୁ କ୍ରାଉନ୍ ପ୍ରିନ୍ସ ନିଯୁକ୍ତ କଲେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନ ତାଙ୍କ ବଡ଼ପୁଅ ଶେଖ ଖଲିଦଙ୍କୁ ଆବୁ ଧାବିର କ୍ରାଉନ ପ୍ରିନ୍ସ ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ତାଙ୍କ ଭାଇମାନଙ୍କୁ ମଧ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତ କରିଛନ୍ତି। ଭାଇ ଶେଖ୍ ମନୁସରଙ୍କୁ ସେ ୟୁଏଇର ଉପରା‌ଷ୍ଟ୍ରପତି ପଦରେ ନିଯୁକ୍ତ କରିଥିବା ବେଳେ ଶେଖ ତାହନୌନ ବିଲ ଅଲ ଜାୟେଦ ଅଲ ନାହୟାନଙ୍କୁ ୟୁଏଇର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ହାଜା ବିନ୍ ଜାୟେଦ ଅଲ ନାୟହାୟନଙ୍କୁ ଆବୁଧାବିର ଉପ ଶାସକ ଭାବେ ନିଯୁକ୍ତ କରିଛନ୍ତି।

ଗଲ୍‌ଫ ନ୍ୟୁଜ୍‌ ଅନୁଯାୟୀ, ଖଲିଦ ଅହମ୍ମଦ ବିନ୍ ଜାୟେଦଙ୍କ ଜନ୍ମ ୧୯୮୨ ଜାନୁଆରି ୮ ତାରିଖରେ ଆବୁଧାବିଠାରେ ହୋଇଥିଲା। କିଙ୍ଗ୍‌ସ କଲେଜ ଲଣ୍ଡନରେ ୨୦୧୪ରେ ସେ ୱାର ଷ୍ଟଡି ଉପରେ ପିଏଚ୍‌ଡି ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe