ବିଜେପି, କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିସନ

Advertisment

ମୋଦୀ, ରାହୁଲଙ୍କ ଦ୍ବାରା ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

ମୋଦୀ, ରାହୁଲଙ୍କ ଦ୍ବାରା ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

ବିଜେପି, କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଘୃଣା ସୃଷ୍ଟି ଓ ମିଥ୍ୟା ଦାବି ପ୍ରଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀ ଆଦର୍ଶ ଆଚରଣ ବିଧି (ଏମ୍‌ସିସି) ଉଲ୍ଲଂଘନ କରିଥିବା ନେଇ ହୋଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁବାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏ ନେଇ ଏପ୍ରିଲ ୨୯ ପୂର୍ବାହ୍ଣ ୧୧ଟା ସୁଦ୍ଧା ଉଭୟଙ୍କଠାରୁ ଜବାବ ମାଗିଛନ୍ତି ନିର୍ବାଚନ କମିସନ (ଇସି)। ଧର୍ମ, ଜାତି, ସମ୍ପ୍ରଦାୟ କିମ୍ବା ଭାଷା ଆଧାରରେ ଘୃଣା ଓ ବିଭାଜନ ସୃଷ୍ଟି କରୁଥିବା ନେଇ ଉଭୟ ଦଳ ପରସ୍ପର ଉପରେ ଅଭିଯୋଗ ଆଣିଥିଲେ। ଇସିର ନୋଟିସ୍ ଅନୁସାରେ ଜନପ୍ରତିନିଧି ଆଇନର ଧାରା ୭୭ ଲାଗୁ କରାଯିବା ସହ ଦଳୀୟ ସଭାପତି ଷ୍ଟାର ପ୍ରଚାରକଙ୍କ ଉପରେ ଲଗାମ ଲଗାଇବା ଉଚିତ ବୋଲି କମିସନ ମତ ବ୍ୟକ୍ତ କରିଛନ୍ତି। ଉଭୟ ଦଳର ସଭାପତି ଏ ବାବଦରେ ନିର୍ବାଚନ କମିସନଙ୍କ ନିକଟରେ ସ୍ପଷ୍ଟୀକରଣ ରଖିବେ।

କମିସନ କହିଛନ୍ତି, ବିଶେଷ କରି ନିଜ ପ୍ରାର୍ଥୀ ଓ ଷ୍ଟାର୍ ପ୍ରଚାରକଙ୍କ ପରିଚାଳନା ପାଇଁ ରାଜନୈତିକ ଦଳଗୁଡ଼ିକୁ ପ୍ରାଥମିକ ଦାୟିତ୍ୱ ନେବାକୁ ପଡ଼ିବ। ଯେଉଁମାନେ ଉଚ୍ଚ ପଦବିରେ ଅଛନ୍ତି ସେମାନଙ୍କ ଭାଷଣ ଅଧିକ ଗମ୍ଭୀର ପରିଣାମ ଆଣିପାରେ ବୋଲି ଆୟୋଗ କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ବଢୁଥିବା ଦାରିଦ୍ର୍ୟ ହାର ବିଷୟରେ ବିଭ୍ରାନ୍ତିକର ଦାବି କରୁଥିବା ଅଭିଯୋଗ କରିବା ସହ ସୋମବାର ବିଜେପି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲା। ନିର୍ବାଚନୀ ବାତାବରଣକୁ ଖରାପ କରିବା ପାଇଁ ରାହୁଲ ଭାଷା ଓ ଭୂଗୋଳ ଆଧାରରେ ଦେଶରେ ଉତ୍ତର-ଦକ୍ଷିଣ ବିଭାଜନ ଜାରି ରଖିଥିବା ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲା। କଂଗ୍ରେସ ସ୍ମାରକପତ୍ରରେ କୁହାଯାଇଛି ଯେ ପ୍ରାର୍ଥୀ ବା ପ୍ରଚାରକଙ୍କ ଉଚ୍ଚତା କିମ୍ବା ସ୍ଥିତି ନିର୍ବିଶେଷରେ ଭାରତର ବିଭିନ୍ନ ବର୍ଗର ନାଗରିକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe