୨୫ କୋଟି ଟଙ୍କାରେ ସମଗ୍ର ଗୁଜରାଟ କଂଗ୍ରେସକୁ କିଣାଯାଇ ପାରିବ: ରୁପାନୀ

Advertisment
୨୫ କୋଟି ଟଙ୍କାରେ ସମଗ୍ର ଗୁଜରାଟ କଂଗ୍ରେସକୁ କିଣାଯାଇ ପାରିବ: ରୁପାନୀ

The Week

ଗାନ୍ଧୀନଗର: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଆଜି ସୁନ୍ଦରନଗର ସ୍ଥିତ ଲିମ୍ବଡିରେ ଏକ ରୢାଲି କରି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଛନ୍ତି। ରୁପାନି କହିଛନ୍ତି, ଆଜିର କଂଗ୍ରେସ କେବଳ ରାହୁଲ ଗାନ୍ଧିଙ୍କ ସେବା ପାଇଁ ହିଁ ରହିଛି। ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କା ଦେଇ କିଣିଛି ଏବଂ ତାଙ୍କୁ ଟିକେଟ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ରୁପାନୀ। ସେ କହିଛନ୍ତି, କଂଗ୍ରେସ ନିଜର ବିଧାୟକମାନଙ୍କୁ ମଧ୍ୟ ସମ୍ମାନ ଦେଉନାହିଁ। ଜଣେ ବିଧାୟକ ଦଳ ଛାଡ଼ିବା ପରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ କରାଯାଉଛି। ସମଗ୍ର ଗୁଜରାଟ କଂଗ୍ରେସକୁ ୨୫ କୋଟି ଟଙ୍କାରେ କିଣାଯାଇପାରିବ ବୋଲି ରୁପାନୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe