ଥାର୍ଡ ଡିଗ୍ରି ଅତ୍ୟାଚାରର ଯୁଗ ଶେଷ

Advertisment

ଆଇପିସି, ସିଆରପିସିରେ ହେବ ବ୍ୟାପକ ସଂଶୋଧନ: ଅମିତ ଶାହ

ଆଇପିସି, ସିଆରପିସିରେ ହେବ ବ୍ୟାପକ ସଂଶୋଧନ: ଅମିତ ଶାହ

ଥାର୍ଡ ଡିଗ୍ରି ଅତ୍ୟାଚାରର ଯୁଗ ଶେଷ

Rajya sabha Tv

ଗାନ୍ଧୀନଗର: ଦେଶରେ ଥାର୍ଡ ଡିଗ୍ରି ଅତ୍ୟାଚାର ଯୁଗରେ ଯବନିକା ପଡ଼ିବ। ଏଥିପାଇଁ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ଫୌଜଦାରୀ ଆଇନ(ସିଆର୍‌ପିସି) ଏବଂ ଭାରତୀୟ ପ୍ରମାଣ ଆଇନ (ଆଇଇଏ)ରେ ବ୍ୟାପକ ପରିବର୍ତ୍ତନ ଅଣାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟ ଅନୁଯାୟୀ ଆଇନଗୁଡ଼ିକୁ ପ୍ରାସଙ୍ଗିକ କରାଯିବ ବୋଲି ଗାନ୍ଧୀନଗରଠାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ବିଶ୍ବବିଦ୍ୟାଳୟ (ଏନ୍‌ଏଫ୍‌ଏସ୍‌ୟୁ)ରେ ଉଦ୍‌ବୋଧନ ଦେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଏହା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି, ଏ ନେଇ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଆଇନକୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯିବ। ପୁରୁଣାକାଳିଆ ଅନାବଶ୍ୟକ ଆଇନକୁ ବାଦ୍ ଦିଆଯିବ। ଆଜିର ଆହ୍ବାନକୁ ମୁକାବିଲା କରିବା ପାଇଁ ନୂଆ ଧାରା ଯୋଡ଼ାଯିବ। ସେହିଭଳି ଯେଉଁ ଅପରାଧ ପାଇଁ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡାଦେଶ ହେବାର ରହିଛି, ସେଭଳି ଅପରାଧ ସ୍ଥଳକୁ ଫରେନସିକ୍ ଟିମ୍‌ର ଗସ୍ତକୁ ବାଧ୍ୟତାମୂଳକ କରାଯିବା ନେଇ ପ୍ରସ୍ତାବ ରହିଛି। ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁସଂଖ୍ୟାରେ ମାନବ ସମ୍ବଳର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜ୍ଞାନଭିତ୍ତିକ ପ୍ରମାଣ ଆଧାରରେ ଫରେନ୍ସିକ ତଦନ୍ତ ଠିକ୍ ଭାବେ କରାଗଲେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ। ପୁଲିସ ସାଧାରଣତଃ ଦୁଇ ପ୍ରକାର ଅଭିଯୋଗର ସମ୍ମୁଖୀନ ହୋଇଥାନ୍ତି। ଗୋଟିଏ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ ଏବଂ ଅନ୍ୟଟି ହେଲା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ତେଣୁ ତଦନ୍ତର ଭିତ୍ତିକୁ ବିଜ୍ଞାନଭିତ୍ତିକ ପ୍ରମାଣ ଆଧାରରେ କରାଯାଇ ପାରିଲେ ଉପଯୁକ୍ତ କାର୍ଯ୍ୟାନୁ‌ଷ୍ଠାନ ନେବା ସମ୍ଭବ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe