ମିଥ୍ୟା ଅପବାଦ ଅସହ୍ୟ ହେଲା, ମନ୍ଦିରରେ ଜୀବନହାରିଲେ ଯୁବକ

Advertisment
ମିଥ୍ୟା ଅପବାଦ ଅସହ୍ୟ ହେଲା, ମନ୍ଦିରରେ ଜୀବନହାରିଲେ ଯୁବକ

aajtak

ବାରମେର: ରାଜସ୍ଥାନର ବାରମେର ଜିଲ୍ଲାର ସମଦାରୀ ସହରର ହିଙ୍ଗଲାଜ ମାତାଙ୍କ ମନ୍ଦିରର ପୂଜକ ମନ୍ଦିର ଭିତରେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ମିଥ୍ୟା ଅପବାଦ ଅସହ୍ୟ ହେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ନିକଟରୁ ମଳିଥିବା ସୁଇସାଇଡ ନୋଟରୁ ଜଣାପଡ଼ିଛି। ପୁଲିସ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ସେହି ମନ୍ଦିରର ପୂଜକ ଭୀମଦାସ (୫୫)। ମୃତଦେହ ବୁଧବାର ସକାଳେ ପୁଲିସ ଉଦ୍ଧାର କରିଛି। ସକାଳ ଆରତୀ ପରେ ପୂଜକ ମନ୍ଦିରରେ ରହିଥିଲେ । ଯେତେବେଳେ ଲୋକମାନେ ମନ୍ଦିର ପରିଦର୍ଶନ କରିବାକୁ ଆସିଲେ, ସେମାନେ ପୂଜକ ଭୀମଦାସଙ୍କୁ ଝୁଲୁଥିବାର ଦେଖିଥିଲେ । ଲୋକମାନେ ପୁରୋହିତଙ୍କୁ ତଳକୁ ଆଣି ତୁରନ୍ତ ଡାକ୍ତରଖାନାକୁ ନେଇଗଲେ। କିନ୍ତୁ ସେତେବେଳକୁ ପୂଜକଙ୍କ ମୃତ୍ୟୁ ହୋଇସାରିଥିଲା । ଲୋକଙ୍କ କହିବାନୁସାରେ, ଏହି ଘଟଣାଟି ସକାଳ ପ୍ରାୟ ୧୦ଟା ବେଳେ ଘଟିଥିଲା ।

ସୂଚନାଯୋଗ୍ୟ ଯେ ୨ ଦିନ ପୂର୍ବରୁ ମନ୍ଦିରରେ ଚୋରି ହୋଇଥିଲା । କେହି ଦୁର୍ବୃତ୍ତ ମନ୍ଦିରରୁ ୭ କିଲୋଗ୍ରାମ ରୂପା ବ୍ୟତୀତ ମନ୍ଦିରକୁ ଦିଆଯାଇଥିବା ଦାନ ଟଙ୍କା ମଧ୍ୟ ନେଇଯାଇଥିଲେ । ପୂଜକ ଭୀମଦାସ ଏହି ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଇଥିଲା । ଚୋରି ସନ୍ଦେହରେ ପୁଲିସ ପୂଜାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା । ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ସୁଇସାଇଡ ନୋଟ ଜବତ କରିଛି। ଯେଉଁଥିରେ ଲେଖା ଅଛି ଯେ "ମୁଁ ଚୋରି କରି ନାହିଁ, ମୁଁ ବଞ୍ଚିବାକୁ ଚାହେଁ କିନ୍ତୁ ଖଟ୍ରି ସମ୍ପ୍ରଦାୟର ଲୋକମାନେ ମୋତେ ବଦନାମ କରୁଛନ୍ତି" । ଅପବାଦକୁ ଆଖି ଆଗରେ ରଖି ବୁଧବାର ସେ ଏଭଳି ପଦକ୍ଷେପ ନେଇଛନ୍ତି। ପିତାଙ୍କ ମୃତ୍ୟୁରେ ପୁଜକଙ୍କ ପୁଅ ଓ ଭାଇ ଖଟ୍ରି ସମ୍ପ୍ରଦାୟର ଲୋକ ଏବଂ ସମଦାରୀ ସହରର ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପୁଅ କହିଛି ଯେ ମୋ ବାପାଙ୍କୁ ହଇରାଣ କରାଯାଉଥିଲା । ସେଥିପାଇଁ ସେ ଆତ୍ମହତ୍ୟା କରିଥିଲେ । ଯେଉଁମାନେ ସେମାନଙ୍କୁ ହଇରାଣ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ସେପଟେ ଏହି ଘଟଣା ଉପରେ ପୁଲିସ ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe