ପୁଷ୍କର : ରାଜସ୍ଥାନର ଆଜମେର ଜିଲ୍ଲା ପୁଷ୍କରଠାରେ ଏବେ ପ୍ରସିଦ୍ଧ ପଶୁମେଳା ଚାଲିଛି । ଏହି ମେଳା ଦେଖିବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିଛନ୍ତି । ତେବେ ଏଥର ମେଳାର ଆକର୍ଷଣ ସାଜିଛି ଏକ କଳାଘୋଡ଼ା । ତାହାର ମୂଲ୍ୟ ହେଉଛି ୧୫ କୋଟି । ଏହି ଘୋଡାର ନାମ ଶାହବାଜ, ଏବଂ ତାହାର ବୟସ ମାତ୍ର ଅଢ଼େଇ ବର୍ଷ ।
ଘୋଡାର ମାଲିକ କଣ କହିଲେ?
ଘୋଡାର ମାଲିକ ଗ୍ୟାରି ଗିଲ୍ କହିଛନ୍ତି, "ଅଢ଼େଇ ବର୍ଷ ବୟସର ଶାହବାଜ ଅନେକ ଶୋ ଜିତିଛି ଏବଂ ଏକ ଉତ୍ତମ ପ୍ରଜାତିର। ଘୋଡ଼ାର ମୂଲ୍ୟ ସେ ୧୫ କୋଟି ଟଙ୍କା ରଖିଛନ୍ତି। ତାଙ୍କୁ ୯ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତାବ ମିଳିଛି। କିନ୍ତୁ ବିକିବାକୁ ସେ ରାଜି ହୋଇନାହାନ୍ତି । ସେହିପରି ଏହି ଘୋଡ଼ାର କଭରିଂ ଫି ୨ ଲକ୍ଷ ଟଙ୍କା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥର ସେ ୪୦ଟି ପଶୁ ନେଇ ମେଳରେ ପହଞ୍ଚିଛନ୍ତି ।
Uttarpradesh : ଉତ୍ତରପ୍ରଦେଶର ମୁସ୍ତାଫାବାଦର ନୂଆ ନାଁ କବୀରଧାମ ହେଲା
ପୁଷ୍କର ପଶୁମେଳା
ପୁଷ୍କର ପଶୁମେଳା ରାଜସ୍ଥାନର ଆଜମେର ଜିଲ୍ଲାର ପୁଷ୍କର ନାମକ ସ୍ଥାନରେ ପ୍ରତିବର୍ଷ ଆୟୋଜିତ ହୁଏ। ଏହା ଭାରତର ସବୁଠାରୁ ବଡ଼ ପଶୁମେଳା ମଧ୍ୟରୁ ଗୋଟିଏ। ଏଠାରେ ଓଟ, ଘୋଡ଼ା, ଗାଈ, ବଳଦ ଇତ୍ୟାଦି ପଶୁମାନଙ୍କ ବ୍ୟବସାୟ ହୋଇଥାଏ। ମେଳାରେ ଲୋକସଂସ୍କୃତି, ନୃତ୍ୟ-ସଙ୍ଗୀତ, ହସ୍ତଶିଳ୍ପ ଓ ମେଳା ମହୋତ୍ସବ ଆକର୍ଷଣର କେନ୍ଦ୍ର ହୁଏ। ପୁଷ୍କର ସରୋବରରେ ସ୍ନାନ କରିବା ଓ ବ୍ରହ୍ମା ମନ୍ଦିର ଦର୍ଶନ ଏହି ମେଳାର ଧାର୍ମିକ ମହତ୍ତ୍ୱକୁ ଅଧିକ ବଢ଼ାଏ।
ଅଧିକପଢ଼ନ୍ତୁ:ପୁଣେସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିିଳିଲା ଅଭିନେତାଙ୍କ ମୃତଦେହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/27/horse-2025-10-27-18-54-08.png)