ଚାଷୀ ଆନ୍ଦୋଳନ ଜାରି: ପ୍ରାଣ ହରାଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି

ଚାଷୀଙ୍କ ସମସ୍ୟାର ସମାଧାନ ଚାହୁନାହିଁ କେନ୍ଦ୍ର: ଚାଷୀ ସଂଗଠନ

୪ରେ କଥାବାର୍ତ୍ତା ବିଫଳ ହେଲେ ଅତି କଠୋର ପଦକ୍ଷେପ ନେବୁ : ଚାଷୀ ସଂଗଠନ

Image Courtesy of India Today

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୫ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନରତ ଚାଷୀ ବୁରାଡ଼ି ନିରଙ୍କରୀ ସମାଗମ ପଡ଼ିଆରେ ଏକତ୍ର ହୋଇ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଶୋଭାଯାତ୍ରା ଆୟୋଜନ କରିଥିଲେ। ଚାଷୀମାନେ ଆଜିର ଦିନକୁ ‘ସହିଦ ଦିବସ’ ଭାବେ ପାଳନ କରିଛନ୍ତି। ସେହିଭଳି କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ-ଜୟପୁର, ଦିଲ୍ଲୀ-ନୋଏଡା ଏବଂ ହରିୟାଣା-ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି।

‘ମନ୍‌ କୀ ବାତ୍‌’ ପ୍ରସାରଣ ସମୟରେ ଥାଳି ବାଡ଼େଇବାକୁ ଚାଷୀ ନେତାଙ୍କ ଆହ୍ବାନ

କୃଷକ ଆନ୍ଦୋଳନର ରାଜ‌ନୀତିକରଣ କରାଯାଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଭି.କେ. ସିଂହ କହିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ସଂସ୍କାର ଫଳରେ ଗତ ୬ ମାସରେ ମିଳିଥିବା ସୁଫଳକୁ ନେଇ ଚାଷୀ ଖୁସିରେ ଅଛନ୍ତି ବୋଲି ଭି.କେ. ସିଂହ କହିଛନ୍ତି। ତେବେ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ ଏବଂ ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି ବୋଲି ଭାରତୀୟ କିଷାନ୍‌ ସଂଘ ସଭାପତି ମନ୍‌ଜିତ ସିଂହ ରାୟ କହିଛନ୍ତି। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ରହିଛି। ‘ମନ୍‌ କୀ ବାତ୍‌’ ପ୍ରସାରଣ ସମୟରେ ପ୍ରତି ବ୍ୟକ୍ତି ଥାଳି, ବାସନକୁସନ ବାଡ଼େଇ ପ୍ରତିବାଦ ଜଣାଇବାକୁ ‘ଭାରତୀୟ କିଷାନ୍‌ ସଂଘ’ର ଜଗ୍‌ଜିତ ସିଂହ ଦାଲେୱାଲା ଆହ୍ବାନ ଜଣାଇଛନ୍ତି।

ଆନ୍ଦୋଳନରେ ବିଦେଶୀ ପାଣ୍ଠି ଖର୍ଚ୍ଚ ନ କରିବାକୁ ଆଗୁଆ ସତର୍କ କରାଯାଇଥିଲା
ଚଣ୍ଡୀଗଡ଼: ଚାଷୀମାନେ ଆନ୍ଦୋଳନ ପାଇଁ ବିଦେଶୀ ପାଣ୍ଠି ବ୍ୟବହାର କରୁଛନ୍ତି। ଆନ୍ଦୋଳନ ପାଇଁ ବ‌ିଦେଶୀ ପାଣ୍ଠି ଖର୍ଚ୍ଚ ନ କରିବାକୁ ଚାଷୀ ସଂଗଠନଙ୍କୁ ପୂର୍ବରୁ ବ୍ୟାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା ବୋଲି ଆଜି ଚାଷୀ ନେତାମାନେ କହିଛନ୍ତି। ଆବଶ୍ୟକ ମଞ୍ଜୁରୀ ନ ଥାଇ ପଞ୍ଜାବର ଏକ ବଡ଼ କୃଷକ ସଂଗଠନ ‘ଭାରତୀୟ କିଷାନ ସଂଘ’ ବଡ଼ ଆକାରର ବିଦେଶୀ ପାଣ୍ଠି ଗ୍ରହଣ କରିଛି। ‘ଭାରତୀୟ କିଷାନ ସଂଘ’ ଗତ ଦୁଇ ମାସ ମଧ୍ୟରେ ୮ରୁ ୯ ଲକ୍ଷ ଟଙ୍କା ବିଦେଶୀ ପାଣ୍ଠି ଗ୍ରହଣ କରିଛି। ବିନା ଯାଞ୍ଚରେ କୃଷକ ସଂଗଠନମାନେ ବିଦେଶୀ ପାଣ୍ଠି ଗ୍ରହଣ ନ କରିବାକୁ ପୂର୍ବରୁ ବ୍ୟାଙ୍କମାନେ କହିଥିଲେ। ସାଧାରଣତଃ ବିଦେଶରେ ରହୁଥିବା ପଞ୍ଜାବୀମାନେ ଏହି ଅର୍ଥ ଯୋଗାଇ ଦେଇଛନ୍ତି ବୋଲି ଚାଷୀ ସଂଗଠନମାନଙ୍କ ପକ୍ଷରୁ ସଫେଇ ଦିଆଯାଇଛି। ଏଭଳି ଆର୍ଥିକ ସହାୟତା‌ ଯୋଗେଇ ଦେବାରେ ଅସୁବିଧା କ’ଣ ରହିଲା ବୋଲି ‘ଭାରତୀୟ କିଷାନ୍‌ ସଂଘ’ର ସାଧାରଣ ସମ୍ପାଦକ ସୁଖଦେବ ସିଂହ କୋକ୍ରି କଲନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe