ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ତେବେ ଏହି କମିଟିକୁ ଚାଷୀ ସଂଗଠନ ଆରମ୍ଭରୁ ଗ୍ରହଣ କରିନାହାନ୍ତି। ଚାଷୀ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରି ଆଜି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। କମିଟିରେ ଥିବା ସମସ୍ତ ସଦସ୍ୟଙ୍କୁ ହଟାଇ ନୂଆ ସଦସ୍ୟଙ୍କୁ ନିଯୁକ୍ତ କରିବାପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି। ଭାରତୀୟ କିଷାନ୍ ୟୁନିଅନ୍ ଲୋକଶକ୍ତି (ବିକେୟୁଏଲ୍) ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ବିକେୟୁଏଲ୍ କହିଛି, କମିଟିରେ ଥିବା ୪ ଜଣ ସଦସ୍ୟ ଆରମ୍ଭରୁ ନୂଆ କୃଷି ଆଇନକୁ ସମର୍ଥନ କରିଥିବାରୁ ସେମାନଙ୍କୁ ପୁଣି କମିଟିରେ ରଖିବା ଦ୍ବାରା ଏହା ସ୍ବାଭାବିକ ନ୍ୟାୟିକ ପ୍ରକ୍ରିୟାକୁ ଉଲ୍ଲଂଘନ କରୁଛି। ଆସନ୍ତା ଜାନୁଆରି ୨୬ରେ ଚାଷୀମାନେ ଏକ ବିଶାଳ ଟ୍ରାକ୍ଟର ପରେଡ୍ ଯୋଜନା କରିଥିବାରୁ କେନ୍ଦ୍ର ସରକାର ଏହା ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ପୁଲିସ ଦ୍ବାରା ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବାପାଇଁ ବିକେୟୁଏଲ୍ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଛି।
ଚାଷୀ ସଂଗଠନ ପୁଣି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ, କମିଟିରେ ନୁଆ ସଦସ୍ୟ ରଖିବାକୁ ଦାବି
Advertisment
Follow Us