ହିନ୍ଦୁ ସାଧୁ ହିରଣ୍ମୟ ମହାରାଜଙ୍କୁ ଘାତକ ଆକ୍ରମଣ

Advertisment

ହିନ୍ଦୁ ସାଧୁ ତଥା ପଶ୍ଚିମବଙ୍ଗର ଜଣାଶୁଣା ପ୍ରବଚକ ହିରଣ୍ମୟ ଗୋସ୍ବାମୀ ମହାରାଜଙ୍କ ଉପରେ ଘାତକ ଆକ୍ରମଣ ହୋଇଛି। ଏହି ଘଟଣାକୁ ନେଇ ସନ୍ଥ କମିଟି ସହ ବିଭିନ୍ନ ହିନ୍ଦୁ ସଂଗଠନ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।

ହିନ୍ଦୁ ସାଧୁ ତଥା ପଶ୍ଚିମବଙ୍ଗର ଜଣାଶୁଣା ପ୍ରବଚକ ହିରଣ୍ମୟ ଗୋସ୍ବାମୀ ମହାରାଜଙ୍କ ଉପରେ ଘାତକ ଆକ୍ରମଣ ହୋଇଛି। ଏହି ଘଟଣାକୁ ନେଇ ସନ୍ଥ କମିଟି ସହ ବିଭିନ୍ନ ହିନ୍ଦୁ ସଂଗଠନ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।

00

କୋଲକାତା: ହିନ୍ଦୁ ସାଧୁ ତଥା ପଶ୍ଚିମବଙ୍ଗର ଜଣାଶୁଣା ପ୍ରବଚକ ହିରଣ୍ମୟ ଗୋସ୍ବାମୀ ମହାରାଜଙ୍କ ଉପରେ ଘାତକ ଆକ୍ରମଣ ହୋଇଛି। ଏହି ଘଟଣାକୁ ନେଇ ସନ୍ଥ କମିଟି ସହ ବିଭିନ୍ନ ହିନ୍ଦୁ ସଂଗଠନ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।  ପ୍ରବଚନ ସମୟରେ ହିରଣ୍ମୟ ମହାରାଜ ‘ଭାରତ ମାତା କୀ ଜୟ’, ‘ହିନ୍ଦୁ ସନାତନ ଧର୍ମ କି ଜୟ’, ଗୋ ମାତା କୀ ଜୟ ଆଦି ସ୍ଲୋଗାନ ଦେଇଥାନ୍ତି। ଏଭଳି ସ୍ଲୋଗାନକୁ ତୃଣମୂଳ କଂଗ୍ରେସର କେତେକ କର୍ମୀ ଜୋର୍‌ଦାର୍‌ ବିରୋଧ କରୁଥିଲେ।

ପଶ୍ଚିମ ମେଦିନୀପୁର ଜିଲ୍ଲା ଧରମପୁର ଗାଁରେ ଆଜି ଏକ କାର୍ଯ୍ୟକ୍ରମରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କ ଗଳା ଧରି ତଣ୍ଟି କାଟିବାକୁ ଉଦ୍ୟମ କରିଥିଲେ। ଏଥିରେ ତାଙ୍କ ବେକ, ହାତ, ଗୋଡ଼, ଅଣ୍ଟା ଓ  ପିଠିରେ ଗଭୀର ଆଘାତ ଲାଗିଛି। ଏହାସହ ସେମାନେ ମହାରାଜଙ୍କ ‘ପବିତ୍ର ଶିଖା’କୁ କାଟି ଦେଇଛନ୍ତି। ମହାରାଜାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।   ଏହି ଘଟଣାରେ ପ୍ରତିକ୍ରିୟା ଦେଇ ହିରଣ୍ମୟ ମହାରାଜ କହିଛନ୍ତି, ପଶ୍ଚିମବଙ୍ଗରେ ତାଲିବାନ ଶାସନ ଚାଲିଛି ଓ ଟିଏମ୍‌ସିର ହିଂସା ସୀମା ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe