ନିଖୋଜ ‌ସୈନିକ ପୁଅକୁ ପାଇବାପାଇଁ ୮ ମାସ ଧରି ମାଟି ଖୋଳୁଛନ୍ତି ବାପା

Advertisment
ନିଖୋଜ ‌ସୈନିକ ପୁଅକୁ ପାଇବାପାଇଁ ୮ ମାସ ଧରି  ମାଟି ଖୋଳୁଛନ୍ତି ବାପା

ଶ୍ରୀନଗର:  ଗତ ୮ ମାସ ଧରି ମନ୍‌ଜୁର ଅହମଦ ୱାଗେ ପ୍ରତ୍ୟେକ ଦିନ ମାଟି ଖୋଳୁଛନ୍ତି। କିନ୍ତୁ କିଛି ପାଉନାହାନ୍ତି। ୱାଗେ ଗତ ୮ ମାସ ଧରି ନିଖୋଜ ଥିବା ତାଙ୍କ ସୈନିକ ପୁଅକୁ ପାଇବାପାଇଁ ‌ଚେଷ୍ଟା ଚଳାଇଛନ୍ତି। ଗତବର୍ଷ ଅଗଷ୍ଟ ୨ରେ ୱାଗେଙ୍କ ପୁଅ ସକିର୍‌ ମନ୍‌ଜୁରଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ତାଙ୍କର ପତ୍ତା ମିଳି ନଥିଲା। ଯବାନ ସକିର୍‌ଙ୍କର କେବଳ ରକ୍ତ ଜୁଡ଼ୁବୁଡ଼ୁ ପୋଷାକ ମିଳିଥିଲା। ଯେଉଁ ସ୍ଥାନରୁ ତାଙ୍କର ପୋଷାକ ମିଳିଥିଲା ସେହି ଅଞ୍ଚଳରେ ହିଁ ତାଙ୍କ ବାପା ଗତ ୮ ମାସ ଧରି ମାଟି ଖୋଳି ଆସୁଛନ୍ତି। କା‌ଳେ ପୁଅକୁ ପାଇଯିବେ ସେହି ଭରସାରେ ସେ ଏଭଳି ପ୍ରୟାସ କରୁଛନ୍ତି। ତେବେ ପ୍ରତ୍ୟେକ ଦିନ ନିରାଶ ହୋଇ ସେ ଘରକୁ ଫେରନ୍ତି।

ମନ୍‌ଜୁର ଅହମଦ କହିଛନ୍ତି, ଗତବର୍ଷ ପୁଅ ପରିବାର ସହ ଇଦ୍‌ ପାଳନ କରିବ ବୋଲି ଆସିଥିଲା। କିନ୍ତୁ‌ ସେ ଘର ଛାଡ଼ିବାର ମାତ୍ର ଘଣ୍ଟାକ ପରେ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ପରଦିନ କୁଲଗାମ୍‌ରେ ସକିର୍‌ଙ୍କର ଜଳି ଯାଇଥାଇଥିବା ଗାଡ଼ି ମିଳିଥିଲା ଏବଂ ସପ୍ତାହକ ପରେ ତାଙ୍କ ରକ୍ତଭିଜା ପୋଷାକ ମିଳିଥିଲା। ତେବେ କେବଳ ସକିର୍‌ ନୁହନ୍ତି, ବିଗତ ୩ ଦଶନ୍ଧି ମଧ୍ୟରେ କାଶ୍ମୀରରେ ପ୍ରାୟ ୮ ହଜାର ଲୋକ  ଏଭଳି ନିଖୋଜ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe