ଜେଲ୍‌ ଗଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା

Advertisment

ଥାନା ଭିତରେ ଇନ୍ସପେକ୍ଟରଙ୍କ ଚେୟାରରେ ବସି ଖାଉଛନ୍ତି ନନ୍ଦ କୁମାର ବାଘେଲ

ଥାନା ଭିତରେ ଇନ୍ସପେକ୍ଟରଙ୍କ ଚେୟାରରେ ବସି ଖାଉଛନ୍ତି ନନ୍ଦ କୁମାର ବାଘେଲ

ଜେଲ୍‌ ଗଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲ ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ଗିରଫ ହୋଇଛନ୍ତି। ରାୟପୁର ପୁଲିସ ନନ୍ଦ କୁମାର ବାଘେଲଙ୍କୁ ଦିଲ୍ଲୀରୁ ଗିରଫ କରିବାପରେ ରାୟପୁର ଆଣିଥିଲା। ଆଜି ତାଙ୍କୁ ରାୟପୁରର ଏକ କୋର୍ଟରେ ହାଜର କରାଯାଇଥିଲା। ନନ୍ଦ କୁମାର ଜାମିନ ଆବେଦନ କରିନଥିବାରୁ କୋର୍ଟ ତାଙ୍କୁ ୧୫ ଦିନ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ୮୬ ବର୍ଷୀୟ ନନ୍ଦ କୁମାର ନିକଟରେ ଲକ୍ଷ୍ନୌ ଗସ୍ତରେ ଯାଇଥିବା ସମୟରେ ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ବ୍ରାହ୍ମଣମାନଙ୍କୁ ସେ ବିଦେଶୀ କହିଥିଲେ। ବ୍ରାହ୍ମଣମାନେ ସଂସ୍କାର ହେବା ଉଚିତ୍‌ ନଚେତ୍‌ ଗଙ୍ଗାରୁ ଭୋଲ୍‌ଗା ଯିବାପାଇଁ ପ୍ରସ୍ତୁତ ହେବା ଉଚିତ୍‌ ।

ନନ୍ଦ କୁମାର କହିଥିଲେ ବ୍ରାହ୍ମଣମାନେ ଆମକୁ ଅସ୍ପୃଶ୍ୟ ମନେ କରନ୍ତି ଏବଂ ଆମର ସମସ୍ତ ଅଧିକାର ଛଡ଼ାଇ ନେଇଛନ୍ତି। ଗ୍ରାମବାସୀମାନେ ସେମାନଙ୍କ ଗ୍ରାମରେ ବ୍ରାହ୍ମଣଙ୍କୁ ନପୂରାଇବାପାଇଁ ମୁଁ ଅନୁରୋଧ କରୁଛି। ନନ୍ଦ କୁମାରଙ୍କ ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ତାଙ୍କ ବିରୋଧରେ ବ୍ରାହ୍ମଣ ସମ୍ପ୍ରଦାୟ ଦ୍ବାରା ଏତଲା ରୁଜୁ ହୋଇଥିଲା। ତେବେ ନନ୍ଦ କୁମାରଙ୍କର ଏହି ଟିପ୍ପଣୀ ସଂକ୍ରାନ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂ‌ପେଶ ବାଘେଲଙ୍କୁ ପ୍ରଶ୍ନ କରାଯିବାବେଳେ ସେ କହିଥିଲେ, କେହି ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ସବୁ ସମ୍ପ୍ରଦାୟରେ ସମନ୍ବୟ ରକ୍ଷା କରିବା ମୋର ଦାୟିତ୍ବ। ଯଦି ବାପା କୌଣସି ସମ୍ପ୍ରଦାୟ ବିରୋଧରେ ଟିପ୍ପଣୀ ରଖିଛନ୍ତି ସେଥିପାଇଁ ମୁଁ ଦୁଃଖିତ। ନନ୍ଦ କୁମାର ଥାନାେର ଇନ୍ସେପକ୍ଟରର େଚୟାରରେ ବସି ଖାଉଥିବା ଛବି ଭାଇରାଲ େହବା ପରେ ଏହା କି ପ୍ରକାର ଗିରଫ େବାଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe