ଭାରତରେ ପ୍ରଜନନ ହାର ୨%କୁ ଖସିଲା

Advertisment
ଭାରତରେ ପ୍ରଜନନ ହାର ୨%କୁ ଖସିଲା

Arab News

ନୂଆଦିଲ୍ଲୀ : ଦେଶରେ ପ୍ରଜନନ ହାର କମୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)ର ସଦ୍ୟ ରିପୋର୍ଟରେ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ଦେଶରେ ଶିଶୁ ଜନ୍ମ ହାର ୨.୨ ପ୍ରତିଶତରୁ କମି ୨%କୁ ଖସିଆସିଛି। ସବୁ ଧର୍ମ କ୍ଷେତ୍ରରେ ପ୍ରଜନନ ହାର କରୁଥବା ଦେଖିବାକୁ ମିଳିଛି। କନ୍ୟା ସନ୍ତାନ ଜନ୍ମକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି । ପୁଅ-ଝିଅ ମଧ୍ୟରେ କିଛି ଫରକ ନଦେଖି ଅଧିକାଂଶ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବାର ମୋହ ତ୍ୟାଗ କରୁଛନ୍ତି। ଦେଶରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିବା ୬୫ ପ୍ରତିଶତ ମହିଳା ଏଭଳି ଅଛନ୍ତି ଯେଉଁମାନେ ପୁଅଙ୍କୁ ନେଇ କୌଣସି ଅଭିଳାଷ ରଖିନଥିବା କହିଛନ୍ତି।

ଦେଶରେ ଉଚ୍ଚ ପ୍ରଜନନ ହାର ଥିବା ମୁସ୍‌ଲିମ ସଂପ୍ରଦାୟରେ ମଧ୍ୟ ପ୍ରଜନନ ହାର ଦ୍ରୁତ ଗତିରେ କମିଛି। ୨୦୧୫-୧୬ ସର୍ଭେ ତୁଳନାରେ ୨୦୧୯-୨୧ ସର୍ଭେରେ ମୁସ୍‌ଲିମ ସଂପ୍ରଦାୟରେ ପ୍ରଜନନ ହାର ଅନ୍ୟ ଧର୍ମ ଅପେକ୍ଷା ଦ୍ରୁତ ହ୍ରାସ ହେଉଥିବା ସାମ୍ନାକୁ ଆସିଛି। ଚଳିତ ସର୍ଭେ ରିପୋର୍ଟ ମୁସ୍‌ଲିମ୍‌ ସଂପ୍ରଦାୟର ପ୍ରଜନନ ହାର ୪.୪ ପ୍ରତିଶତରୁ ୨.୩୬କୁ ଖସି ଆସିଛି। ତେବେ ସର୍ଭେର ପ୍ରତ୍ୟେକ ପର୍ଯ୍ୟାୟରେ ମୁସ୍‌ଲିମଙ୍କ କ୍ଷେତ୍ରରେ ପ୍ରଜନନ ହାର ଦ୍ରୁତ ଗତିରେ କମିଥିଲେ ମଧ୍ୟ ଅନ୍ୟ ଧର୍ମ ତୁଳନାରେ ଏହା ଅଧିକ ରହିଛି। ଏନ୍‌ଏଫ୍‌ଏଚ୍‌ଏସ୍‌ ଦ୍ବାରା ଆଜି ପର୍ଯ୍ୟନ୍ତ ହୋଇଥିବା ୫ଟି ସର୍ଭେରେ ମୁସ୍‌ଲିମ ପ୍ରଜନନ ହାରରେ ୪୬.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ହିନ୍ଦୁଙ୍କ କ୍ଷେତ୍ରରେ ଏହା ୪୧.୨ ପ୍ରତିଶତ ରହିଛି। ଉତ୍ତରପ୍ରଦେଶରେ ହିନ୍ଦୁମାନଙ୍କ ପ୍ରଜନନ ହାର ୨.୨୯ ପ୍ରତିଶତ ରହିଥିବା ବେଳେ ତାମିଲନାଡ଼ୁରେ ଏହା ୧.୭୫ ରହିଛି । ୟୁପିରେ ମୁସ୍‌ଲିମଙ୍କ ପ୍ରଜନନ ହାର ୨.୬୬ ରହିଥିବା ବେଳେ ତାମିଲନାଡ଼ୁରେ ୧.୯୩ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe