ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ ମେ’ ୧୯କୁ ଘୁଞ୍ଚିଲା

Advertisment

ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏମ୍‌ ଖାନୱିଲକର କରୋନାରେ ଆକ୍ରାନ୍ତ

ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏମ୍‌ ଖାନୱିଲକର କରୋନାରେ ଆକ୍ରାନ୍ତ

ଓଡ଼ିଶା ପ୍ରୋଟୋକଲ୍‌ ଭାଙ୍ଗିଛି: ଛତିଶଗଡ଼

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏମ୍‌ ଖାନୱିଲକର୍‌ କରୋନାରେ ଆକ୍ରାନ୍ତ ହେବା ଯୋଗୁଁ ଟ୍ରିବ୍ୟୁନାଲଙ୍କ ମେ ୧୦ରୁ ଆରମ୍ଭ ହେବାକୁଥିବା ଓଡ଼ିଶା ‌କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଓଡ଼ିଶା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ‌ସମୟରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଛତିଶଗଡ଼ ପ୍ରଶାସନ ଦ୍ବାରା ସ୍ବତନ୍ତ୍ରଭାବେ ଏୟାର ଆମ୍ବୁଲାନ୍ସ ଜରିଆରେ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି।

ସୂଚନା ଅନୁସାରେ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ‌କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମକୁ ଗୋଟିଏ ପର୍ଯ୍ୟାୟରେ କ୍ରିୟାନ୍ବୟନ କରାଯିବ। ମେ' ୧୯ରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ, ସଦସ୍ୟ, ରେଜି‌ଷ୍ଟ୍ରାର, ଆସେସର୍‌ ଓ ବୈଷୟିକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବେ। ମେ ୨୦ରୁ ମେ' ୨୭ ତାରିଖ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ହେବ। ଟ୍ରିବ୍ୟୁନାଲ କେବଳ ଗୋଟିଏ ଦିନ ବ୍ରେକ୍ ନେବେ। ଇତିମଧ୍ୟରେ ଛତିଶଗଡ଼ ପକ୍ଷରୁ ଓଡ଼ିଶାର କିଛି ଅଂଚଳକୁ ସ୍ବତନ୍ତ୍ରଭାବେ ପରିଦର୍ଶନ କରାଯିବା ପାଇଁ ଅନୁରୋଧ କରାଯାଇଛି। ତାହା ଉପରେ ଦିନେ ଦୁଇଦିନ ମଧ୍ୟରେ ବିଚାରବିମର୍ଶ କରାଯାଇ ଗସ୍ତସୂଚୀକୁ ଚୂଡ଼ାନ୍ତ କରାଯିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଟ୍ରିବ୍ୟୁନାଲ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ରେ ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe