ଡୋନବାସ ଦଖଲ ପାଇଁ ଲଢ଼େଇ ଜୋରଦାର: ସେଭେରୋଡୋନେସ୍କରେ ରାସ୍ତାଘାଟରେ ଲଢ଼େଇ

Advertisment

ଅନବରତ ଗୋଳାବର୍ଷା

ଅନବରତ ଗୋଳାବର୍ଷା

ଡୋନବାସ ଦଖଲ ପାଇଁ ଲଢ଼େଇ ଜୋରଦାର: ସେଭେରୋଡୋନେସ୍କରେ ରାସ୍ତାଘାଟରେ ଲଢ଼େଇ

କିବ୍‌ : ୟୁକ୍ରେନର ପୂର୍ବ ଡୋନବାସ ଅଞ୍ଚଳ ଦଖଲ ପାଇଁ ଲଢ଼େଇ ଜୋରଦାର ହୋଇଛି। ସେଭେରୋଡୋନେସ୍କ ସହରରେ ରାସ୍ତାଘାଟରେ ଲଢ଼େଇ ହେଉଛି ଏବଂ ଅନବରତ ଗୋଳାବର୍ଷା ଜାରି ରହିଛି। ଅନ୍ୟ ସହରମାନଙ୍କରେ ମଧ୍ୟ ଜୋରଦାର ଗୋଳାବର୍ଷା ହେଉଛି। ଡୋନବାସ ରୁଷ୍‌ର ମୁଖ୍ୟ ଟା‌ର୍ଗେଟ୍‌ରେ ରହିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ସୋମବାର ରାତିରେ ଏକ ଭିଡିଓ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଡୋନବାସରେ ଏବେ ରାସ୍ତାଘା‌ଟରେ ଲଢ଼େଇ ଜାରି ରହିଛି। ଡୋନେସ୍କରେ ୨ଟି ପ୍ରମୁଖ ସହର ସ୍ଲୋଭିଆନସ୍କ ଏବଂ କ୍ରାମାଟର୍ସ୍କ ଆଡ଼କୁ ରୁଷ୍‌ ଏବେ ଅଗ୍ରସର ହେଉଛି। ଅନ୍ୟପକ୍ଷେ ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ରୁଷ୍‌ର ବିମାନ ଆକ୍ରମଣ ‌ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe