ମାନବରହିତ ଲଢ଼ୁଆ ବିମାନର ପ୍ରଥମ ଉଡ଼ାଣ, ଅଭିନନ୍ଦନ ଜଣାଇଲେ ରାଜନାଥ

Advertisment
ମାନବରହିତ ଲଢ଼ୁଆ ବିମାନର ପ୍ରଥମ ଉଡ଼ାଣ, ଅଭିନନ୍ଦନ ଜଣାଇଲେ ରାଜନାଥ

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତାର ସହିତ ମାନବରହିତ ଲଢ଼ୁଆ ବିମାନର ପ୍ରଥମ ଉଡ଼ାଣ କରାଯାଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗ ଏଟିଆର୍‌ରେ ଏହାର ଉଡ଼ାଣ ହୋଇଛି। ଏହାକୁ ଅଟୋନୋ‌ମସ ଫ୍ଲାଇଂ ୱିଙ୍ଗ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର କୁହାଯାଉଛି।

ଡିଆରଡିଓ ପକ୍ଷରୁ ଏ ନେଇ କୁହାଯାଇଛି, ବିମାନଟି ସଂପୂର୍ଣ୍ଣ ଭାବେ ସ୍ବୟଂକ୍ରିୟଭାବେ ଉଡ଼ାଣ କରିଥିଲା। ଏପରିକି ଉଡ଼ାଣ ଆରମ୍ଭ ଓ ଅବତରଣ କାର୍ଯ୍ୟ ମଧ୍ୟ ସ୍ବୟଂକ୍ରିୟ ଭାବେ ହୋଇଥିଲା। ଡିଆରଡିଓ ଅଧୀନରେ ବେଙ୍ଗାଲୁରୁଠାରେ ଥିବା ଏରୋନଟିକାଲ ବିକାଶ ପ୍ରତିଷ୍ଠାନ (ଏଡିଇ) ପକ୍ଷରୁ ଏହାର ଡିଜାଇନ ଓ ବିକାଶ ହୋଇଛି। ମାନବରହିତ ଲଢ଼ୁଆ ବିମାନର ସଫଳ ଉଡ଼ାଣ ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବୟଂକ୍ରିୟ ବିମାନ ଉଡ଼ାଣ କ୍ଷେତ୍ରରେ ଏହା ବଡ଼ ସଫଳତା। ଗୁରୁତ୍ବପୂର୍ଣ୍ଣ ସାମରିକ ବ୍ୟବସ୍ଥା ବିକାଶ ଦିଗରେ ଭାରତକୁ ଆତ୍ମନିର୍ଭର କରିବା କ୍ଷେତ୍ରରେ ଏହା ପଥ ପ୍ରସ୍ତୁତ କରିବ ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe