ଚାନ୍ଦିପୁରରୁ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ

Advertisment

ମଙ୍ଗଳବାର ଓଡ଼ିଶା ଉପକୂଳ ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍)ରୁ ଏକ ମୋବାଇଲ୍ ଲଞ୍ଚର ବ୍ୟବହାର କରି ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ୍ (ଏଲ୍ଆରଏଲ୍ସିଏମ୍)ର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଥିଲା।

ମଙ୍ଗଳବାର ଓଡ଼ିଶା ଉପକୂଳ ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍)ରୁ ଏକ ମୋବାଇଲ୍ ଲଞ୍ଚର ବ୍ୟବହାର କରି ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ୍ (ଏଲ୍ଆରଏଲ୍ସିଏମ୍)ର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଥିଲା।

missile

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)କୁ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଓଡ଼ିଶା ଉପକୂଳ ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍)ରୁ ଏକ ମୋବାଇଲ୍ ଲଞ୍ଚର ବ୍ୟବହାର କରି ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ୍ (ଏଲ୍ଆରଏଲ୍ସିଏମ୍)ର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ, ସମସ୍ତ ସବସିଷ୍ଟମ୍ ଆଶାନୁରୂପ ପ୍ରଦର୍ଶନ କରିଥିଲେ ଏବଂ ପ୍ରାଥମିକ ମିଶନ ଲକ୍ଷ୍ୟ ପୂରଣ କରିଥିଲେ। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ଆଇଟିଆର ପକ୍ଷରୁ ବିଭିନ୍ନ ସ୍ଥାନରେ ନିୟୋଜିତ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ସମେତ ଅନେକ ରେଞ୍ଜ ସେନ୍ସର ଦ୍ୱାରା ନିରୀକ୍ଷଣ କରାଯାଇଥିଲା।

ଏହା ଏକ ଜାହାଜ ନିରୋଧୀ ବ୍ୟାଲେଷ୍ଟିକ୍ କ୍ରୁଜ୍ କ୍ଷେପଣାସ୍ତ୍ର, ଯାହାର କ୍ଷମତା ଏକ ହଜାର କିଲୋମିଟର ବୋଲି ଜଣାପଡିଛି । ଏହି କ୍ଷେପଣାସ୍ତ୍ର ଏକ ହଜାର କିଲୋମିଟରରୁ ଅଧିକ ଦୂରତାରେ ଥିବା ଯୁଦ୍ଧ ଜାହାଜ ଏବଂ ବିମାନବାହୀ ଜାହାଜକୁ ଟାର୍ଗେଟ କରିବାରେ ସକ୍ଷମ ।

ଏହି କ୍ଷେପଣାସ୍ତ୍ର ପଏଣ୍ଟ ନେଭିଗେସନ୍ ବ୍ୟବହାର କରି ଇପ୍ସିତ ମାର୍ଗ ଅନୁସରଣ କରିଥିଲା ଏବଂ ବିଭିନ୍ନ ଅଭ୍ୟାସ ସମୟରେ ବିଭିନ୍ନ ଉଚ୍ଚତା ଏବଂ ବେଗରେ ଗତି କରିବାର କ୍ଷମତା ପ୍ରଦର୍ଶନ କରିଥିଲା। ଏହି କ୍ଷେପଣାସ୍ତ୍ରରେ ଉନ୍ନତ ଏବଂ ବିଶ୍ୱସନୀୟ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଆଭିଓନିକ୍ସ ଏବଂ ସଫ୍ଟୱେୟାର ମଧ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe