ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠା କରୋନା ମୃତକଙ୍କୁ ସମର୍ପିତ

Advertisment
ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠା କରୋନା ମୃତକଙ୍କୁ ସମର୍ପିତ

ୱାସିଂଟନ୍: କରୋନା ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ 'ନ୍ୟୁୟର୍କ ଟାଇମ୍ସ'ଏହାର ରବିବାର ସଂସ୍କରଣର ପ୍ରଥମ ପୃ‌ଷ୍ଠାକୁ ସମର୍ପିତ କରିଛି। ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ୧୦୦୦ ଜଣ କରୋନା ମୃତକଙ୍କ ନାମ ସହ ବିବରଣୀ ଦିଆଯାଇଛି। 'ୟୁଏସ୍‌ ଡେଥ୍‌ସ ନିୟର୍‌ ୧୦୦,୦୦୦ ଆନ୍‌ ଇନ୍‌କାଲକୁଲେବଲ୍‌ ଲସ୍‌' ତଥା ଆମେରିକା ମୃତ୍ୟୁସଂଖ୍ୟା ୧ ଲକ୍ଷର ନିକଟତର, ଏକ ଅକଳନୀୟ କ୍ଷତି ଶୀର୍ଷକରେ ସମସ୍ତ ମୃତକଙ୍କ ନାମ ଦିଆଯାଇଛି।

ପ୍ରଥମ ଥର ପାଇଁ ନ୍ୟୁୟର୍କ ଟାଇମ୍ସ ଏହାର ପ୍ରଥମ ପୃଷ୍ଠାରେ କେବଳ ମୃତକମାନଙ୍କର ନାମ ଦେଇଛି। ଏହା ଏକ ବିରଳ ଘଟଣା। ଆମେରିକାରେ ମୃତ୍ୟୁସଂଖ୍ୟା ୯୮ ହଜାର ୬୦୦ ଟପିଛି। ଏହା ଖୁବ୍‌ ଶୀଘ୍ର ୧ ଲକ୍ଷରେ ପହଞ୍ଚିବ। ସେମାନେ କେବଳ ଏକ ତାଲିକାର ନାମ ନୁହେଁ। ସେମାନେ ହେଉଛନ୍ତି ଆମେ ବୋଲି ଉକ୍ତ ରିପୋର୍ଟ ଆରମ୍ଭରେ ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe