ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

ଆସନ୍ତା ୧୮ ତାରିଖରେ ଜମ୍ମୁ କାଶ୍ମୀର‌ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏଥିପାଇ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍‌ ହେବ।

amit saha

ଶ୍ରୀନଗର: ଆସନ୍ତା ୧୮ ତାରିଖରେ ଜମ୍ମୁ କାଶ୍ମୀର‌ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏଥିପାଇ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍‌ ହେବ। ଉକ୍ତ ପର୍ଯ୍ୟାୟ ପାଇଁ ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଜମ୍ମୁ କଶ୍ମୀରରେ ହାଇପ୍ରୋଫାଇଲ୍‌ ରୢାଲି କରିଛନ୍ତି। ଶାହ ଆଜି ୩ଟି ପୃଥକ୍‌ ଜିଲ୍ଲାରେ ରୢାଲି କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ୨୧୯ ପ୍ରାର୍ଥୀ ଅଛନ୍ତି।

ଶେଷ ଦିନରେ ଶାହଙ୍କ ହାଇପ୍ରୋଫାଇଲ୍‌ ରୢାଲି
ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଅନନ୍ତନାଗ ଜିଲ୍ଲାରେ ୬୪, ପୁଲୱାମ‌ାରେ ୪୫, ଡୋଡ଼ାରେ ୨୫, କୁଲଗାମରେ ୨୫, କିସ୍ତୱାଡ଼ରେ ୨୨, ସୋପିଆନରେ ୨୧ ଏବଂ ରମ୍ବନରେ ୧୫ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି।  ଇତି ମଧ୍ୟରେ ଜମ୍ମୁ କଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  କଶ୍ମୀରରେ ପ୍ରାୟ ୩୦୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଜମ୍ମୁ କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବା‌ଚନ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe