୯ ଘଣ୍ଟା ଉଡ଼ାଣ ପରେ ଫେରିଲା ଲଣ୍ଡନ ବିମାନ

Advertisment
୯ ଘଣ୍ଟା ଉଡ଼ାଣ ପରେ ଫେରିଲା ଲଣ୍ଡନ ବିମାନ

ଲଣ୍ଡନ : ବିମାନଯାତ୍ରୀଙ୍କ ପାଇଁ ଆଉ ଏକ ଭୟଙ୍କର ଅଭିଜ୍ଞତା ମିଳିଛି। ବ୍ରିଟିଶ ଏୟାରୱେଜ୍‌ର ଏକ ବିମାନ ଲଣ୍ଡନରୁ ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ୯ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ଭରିବା ପରେ ପୁଣି ସେହି ମୂଳ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ଆଟଲାଣ୍ଟିକ୍ ମହାସାଗର ଦେଇ ଯାତ୍ରାର ଅଧାବାଟ ଅତିକ୍ରମ କରିବା ପରେ ଲଣ୍ଡନ ବିମାନବନ୍ଦରକୁ ଫେରିଥିଲା। ସୋମବାର ସକାଳେ ବ୍ରିଟିସ ଏୟାରୱେଜ୍‌ର ବିମାନ ଲଣ୍ଡନରୁ ହ୍ୟୁଷ୍ଟନ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଘଟଣା ଘଟିଥିଲା। ସାଧାରଣତଃ ୧୦ ଘଣ୍ଟା ୨୦ ମିନିଟ୍ ସମୟ ନେଉଥିବା ଏହି ଯାତ୍ରା ଯାତ୍ରୀଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଥିଲା। ରିପୋର୍ଟ ଅନୁଯାୟୀ, ବ୍ରିଟିସ ଏୟାରୱେଜ୍‌ର ବିମାନ ଲଣ୍ଡନ ହିଥ୍ରୋରୁ ହ୍ୟୁଷ୍ଟନ ଅଭିମୁଖେ ପ୍ରାୟ ୩୦ ମିନିଟ୍ ବିଳମ୍ବରେ ଉଡ଼ାଣ ଭରିଥିଲା ଏବଂ ୯ ଘଣ୍ଟାରୁ ଅଧିକ ସମୟ ପରେ ବୈଷୟିକ ତ୍ରୁଟି କାରଣରୁ ମୂଳ ସ୍ଥାନକୁ ଫେରିଥିଲା। ବ୍ରିଟିଶ ଏୟାରୱେଜ୍‌ର ଜଣେ ମୁଖପାତ୍ର କହିଛନ୍ତି ଯେ ବୈଷୟିକ ତ୍ରୁଟି କାରଣରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ବିମାନଟି ଫେରିଆସିଛି। ତେବେ ବୈଷୟିକ ସମସ୍ୟା କ’ଣ ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe