Africa Business and News World
ପ୍ୟୋଙ୍ଗ୍ୟାଙ୍ଗ୍: ଉତ୍ତର କୋରିଆରେ ବର୍ତ୍ତମାନ ଉତ୍କଟ ଖାଦ୍ୟ ସଂକଟ ଦେଖାଦେଇଥିବା ବେଳେ ଦେଶର ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନ୍ ଲୋକଙ୍କୁ ୨୦୨୫ ପର୍ଯ୍ୟନ୍ତ କମ୍ ଖାଇବାକୁ ପରାମର୍ଶ ଦେଇଛନ୍ତି। ଯୋଗାଣ ଅଭାବରୁ ଉତ୍ତର କୋରିଆରେ ଖାଦ୍ୟ ଦ୍ରବ୍ୟଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି। କୃଷି କ୍ଷେତ୍ର ଶସ୍ୟ ଉତ୍ପାଦନ ଯୋଜନାରେ ବିଫଳ ହେବା ଯୋଗୁ ଦେଶ ସମ୍ପ୍ରତି ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛି ବୋଲି କିମ୍ କହିଛନ୍ତି। ତା’ଛଡ଼ା ଦେଶ ଉପରେ ଲଗାଯାଇଥିବା ଅନ୍ତର୍ଜାତୀୟ କଟକଣା, କରୋନା ମହାମାରୀ ଏବଂ ଗତବର୍ଷର ଟାଇଫୁନ୍ ଏହି ସମସ୍ୟାକୁ ବୃଦ୍ଧି କରିଛି। ନିକଟରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ହୋଇଥିବା ଅଞ୍ଚଳରେ ସେନା ଦ୍ବାରା ରିଲିଫ କାର୍ଯ୍ୟ କରାଯାଇଛି। ଏହି ଖାଦ୍ୟ ସଂକଟ ୨୦୨୫ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୨୦୨୫ ପୂର୍ବରୁ ଚୀନ୍ ସହ ବାଣିଜ୍ୟ କାରବାର ପୁଣି ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି।
Follow Us