ୟୁପିରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଆଜି: ପ୍ରଧାନମନ୍ତ୍ରୀଙ୍କୁ ରୢାଲିରେ ପରିହାସ କଲେ ଅଖିଳେଶ

ପିଏମ୍‌ ଅର୍ଥ ‘ପ୍ୟାକର୍ସ ଆଣ୍ଡ୍‌ ମୁଭର୍ସ’

ୟୁପିରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଆଜି: ପ୍ରଧାନମନ୍ତ୍ରୀଙ୍କୁ ରୢାଲିରେ ପରିହାସ କଲେ ଅଖିଳେଶ

India Today

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଅଛି। ଚତୁର୍ଥ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ ଜିଲ୍ଲାରେ ୫୯ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ‌ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ୍‌ ୬୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ୨୦୧୭ରେ ବିଜେପି ଏହି ୫୯ ଆସନରୁ ୫୧ଟିରେ ଜିତିଥିଲା। ୪ଟି ଆସନରେ ସମାଜବାଦୀ ପାର୍ଟି ଜିତିଥିଲା, ବିଏସ୍‌ପି (ବହୁଜନ ସମାଜ ପାର୍ଟି) ୩ଟି ଆସନ ଏବଂ ବିଜେପି ସହଯୋଗୀ ଆପ୍‌ନା ଦଳ ଗୋଟିଏ ଆସନରେ ଜିତିଥିଲା। ଏହି ପର୍ଯ୍ୟାୟରେ ପିଲିଭିଟ, ଲଖିମୁପର ଖେରି, ସୀତାପୁର, ହରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଏବରେଲି, ବାନ୍ଦା ଏବଂ ଫତେପୁରରେ ଭୋଟ୍‌ ଅଛି। ଚତୁର୍ଥ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଉତ୍ତରପ୍ରଦେଶ ଆଇନ ମନ୍ତ୍ରୀ ବ୍ରିଜେଶ ପାଠକ। ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଏବଂ ଲକ୍ଷ୍ନୌ କ୍ୟାଣ୍ଟନେମଣ୍ଟ ଆସନରେ ୨ ଥର କର୍ପୋରେଟର ହୋଇଥିବା ସୁରେନ୍ଦ୍ର ସିଂହଙ୍କୁ ସାମ୍ନା କରିବେ। ଅନ୍ୟଜଣେ ମନ୍ତ୍ରୀ ଆଶୁତୋଶ ଟାଣ୍ଡନ ଲକ୍ଷ୍ନୌ ପୂର୍ବ ଆସନରୁ ଲଢ଼ୁଛନ୍ତି। କଂଗ୍ରେସ ଦଖଲରେ ଥିବା ରାଏବରେଲିରେ ବି ଚଳିତ ପର୍ଯ୍ୟାୟରେ ଭୋଟ୍‌ ଅଛି। ଆସନ୍ତାକାଲି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ।

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ଏକ ନିର୍ବାଚନ ରୢାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରିହାସ କରିଛନ୍ତି ଏବଂ ପିଏମ୍‌ ଅର୍ଥ ‘ପ୍ୟାକର୍ସ ଆଣ୍ଡ୍‌ ମୁଭର୍ସ’ ବୋଲି କହିଛନ୍ତି। ହରଦୋଇ ଜିଲ୍ଲାରେ ଆଜି ଏକ ରୢାଲିରେ ଅଖିଳେଶ କହିଥିଲେ ରାଜ୍ୟରେ ବିଜେପିର ପରାଜୟ ପରେ ଏହା ପେଡ଼ି ପୁଟୁଳା ଧରି ପଳାଇବ ଏବଂ ଲୋକେ ମଧ୍ୟ ବିଜେପିକୁ ବାହାରକୁ ପଠାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଶାସକ ଦଳ ବିରୋଧରେ ଲୋକଙ୍କ ମଧ୍ୟରେ ୪୪୦ ଭୋଲ୍‌ଟର କରେଣ୍ଟ ଦୌଡ଼ୁଛି ବୋଲି ସେ କହିଛନ୍ତି। ଆଗାମୀ ସରକାର କଂଗ୍ରେସ କିମ୍ବା ବିଏସ୍‌ପି ନୁହେଁ ସପା ହିଁ ଗଠନ କରିବ ବୋଲି ଅଖିଳେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe