ନୂଆଦିଲ୍ଲୀ : ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବବୋଲି ଆକଳନ କରିଛି । ପୂର୍ବ ବର୍ଷ (୨୦୨୪-୨୫)ର ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଭାରତପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ।
ଆହୁରି ପଢନ୍ତୁ : Vladimir Putin Will Visit India: ଡିସେମ୍ବର ୪ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୁପାୟନ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ୨୦୨୫-୨୬ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ (Q2) ପାଇଁ ମୋଟ ଘରୋଇ ଉତ୍ପାଦ (GDP)ର ତ୍ରୈମାସିକ ଆକଳନ ପ୍ରକାଶ କରିଛି।
ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ସେପ୍ଟମ୍ବର ୬ ମାସରେ ବାସ୍ତବିକ ଜିଡିପି ୯୬.୫୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଆଶା କରାଯାଉଛି । ୨୦୨୪-୨୫ଆର୍ଥିକ ବର୍ଷର ଏହି ସମୟରେ ବାସ୍ତବିକ ଜିଡିପି ଅଭିବୃଦ୍ଧି ୮୯.୩୫ ଲକ୍ଷ କୋଟି ଥିଲା । ଫଳରେ ଏହି ୬ ମାସରେ ଦେଶର ଡିଜିପି ଆଭିବୃଦ୍ଧି ୮ ପ୍ରତିଶତ ରହିଛି ।
ଆହୁରି ପଢନ୍ତୁ : Trump On Migration: କାହାକୁ 'ଥାର୍ଡ ୱାର୍ଲଡ ଦେଶ' କହୁଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ?
୩ୟ ତ୍ରୈମାସରେ ଆହୁରି ବଢିପାରେ
୩ୟ ତ୍ରୈମାସ ଅର୍ଥାତ୍ ଅକ୍ଟୋବର-ଡିସେମ୍ବରେ ଭାରତର ଜିଡିପି ଅଭିବୃଦ୍ଧି ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ସରକାରଙ୍କ ଜିଏସଟି ସଂସ୍କାରର ପ୍ରଭାବ ଏହି ତ୍ରୈମାସରୁ ହିଁ ପଡିବା ଆରମ୍ଭ କରିଥିଲା । ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି କମିବା ଫଳରେ ସେଗୁଡ଼ିକ ଶସ୍ତା ହୋଇଛି, ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିଛି । ତେବେ ଏହି ତ୍ରୈମାସର ତଥ୍ୟ ଆସିବା ପରେ ଜଣାପଡ଼ିବ ଦେଶର ପ୍ରକୃତ ଅଭିବୃଦ୍ଧି କେତେ ରହିଛି । ଏଥିପାଇଁ ଆମକୁ ଫେବ୍ରୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/28/gdp-2025-11-28-17-22-34.png)