The Japan Times
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆଗତ ସଂଖ୍ୟାଧିକ ଆବେଦନ ଉପରେ ଜବାବ ରଖି ଗୁରୁବାର କେନ୍ଦ୍ର ସରକାର ଏପରି ସମ୍ପର୍କକୁ ବିରୋଧ କରିଛନ୍ତି। ଏଥି ସହିତ ଦୁଇ ଜଣ ସମଲିଙ୍ଗୀ ଏକାଠି ରହିବା କି ଯୌନସୁଖ ଲାଭ କରିବାକୁ କେବେ ସମାଜରେ ସ୍ବାମୀ, ସ୍ତ୍ରୀ ଓ ସନ୍ତାନଙ୍କୁ ନେଇ ରହିଥିବା ଭାରତୀୟ ପରିବାର ପରିକଳ୍ପନା ସହ ତୁଳନା କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି। ସରକାରଙ୍କ କହିବାନୁସାରେ, ସର୍ବୋପରି ବିବାହ ସହ ଏକ ପବିତ୍ରତା ଗୁନ୍ଥି ହୋଇ ରହିଛି ଏବଂ ଦେଶର ଅନେକ ସ୍ଥାନରେ ଏହା ଏକ ଧାର୍ମିକ ଅନୁଷ୍ଠାନ ଭାବେ ପରିଗଣିତ।
ଜଣେ ପୁରୁଷ ଓ ମହିଳା ମଧ୍ୟରେ ବୈବାହିକ ସମ୍ପର୍କକୁ ଆମ ଦେଶରେ ବୈଧାନିକ ମାନ୍ୟତା ପ୍ରଦାନ କରାଯାଉଥିବା ବେଳେ ଏହା କାହିଁ କେଉଁ କାଳରୁ ରହି ଆସିଥିବା ପାରମ୍ପରିକ ପ୍ରଥା, ସାଂସ୍କୃତିକ ପ୍ରକ୍ରିୟା ଓ ସାମାଜିକ ମୂଲ୍ୟବୋଧ ଉପରେ ନିର୍ଭର କରିଥାଏ। ହିନ୍ଦୁ ବିବାହ ଆଇନ, ସ୍ବତନ୍ତ୍ର ବିବାହ ଆଇନ ଓ ବୈଦେଶିକ ବିବାହ ଆଇନ ଆଧାରରେ ସମଲିଙ୍ଗୀ ବିବାହର ପଞ୍ଜୀକରଣ ପାଇଁ ଆଗତ ଆବେଦନ ଉପରେ ସରକାର ଏହା କରିଛନ୍ତି।
Follow Us