ସରକାର ସଂକ୍ରମଣ ଚେତାବନୀକୁ ଅଣଦେଖା କରିଛନ୍ତି: ବୈଜ୍ଞାନିକ ମଣ୍ଡଳୀ

Advertisment
ସରକାର ସଂକ୍ରମଣ ଚେତାବନୀକୁ ଅଣଦେଖା କରିଛନ୍ତି: ବୈଜ୍ଞାନିକ ମଣ୍ଡଳୀ

Moneycontrol

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ବେଳକୁ ଦେଶରେ ଏକ ନୂତନ ପ୍ରଜାତି କରୋନାଭୂତାଣୁର ପ୍ରାଦୁର୍ଭାବ ବିଭୀଷିକା ରଚାଇବ ବୋଲି ବୈଜ୍ଞାନିକମାନେ ଦେଇଥିବା ଚେତାବନୀକୁ ସରକାର ଅଣଦେଖା କରିବାରୁ ସ୍ଥିତି ଏପରି ସଙ୍ଗିନ ହୋଇପଡ଼ିଛି ବୋଲି ଜଣାଯାଇଛି। ସୂଚନା ଥାଉ କି, କୋଭିଡ୍‌ ସଂକ୍ରାନ୍ତ ଯାବତୀୟ ଘଟଣାବଳୀକୁ ଅନୁଧ୍ୟାନ କରି ସରକାରଙ୍କୁ ଉପାଦେୟ ପରାମର୍ଶ ଦେବା ପାଇଁ କେନ୍ଦ୍ର ସରକାର ଇଣ୍ଡିଆନ ସାର୍ସ-କୋଭ୍‌-୨ ଜେନେଟିକ୍‌ସ କନ୍‌ସୋର୍ଟିଅମ୍‌ ବା ଇନ୍‌ସାକୋଗ ନାମକ ଏକ ବୈଜ୍ଞାନିକ ପରାମର୍ଶଦାତାମଣ୍ଡଳୀ ଗଠନ କରିଥିଲେ। ଦେଶରେ ମାର୍ଚ୍ଚ ପ୍ରାରମ୍ଭ ବେଳକୁ ଏକ ନୂତନ ପ୍ରଜାତିର ଅଧିକ ସଂକ୍ରମଣଶୀଳ କରୋନାଭୂତାଣୁ କୋଭିଡ୍‌ ସଂକ୍ରମଣରେ ଅଗ୍ରଣୀ ଭୂମିକା ନିଭାଇବ ବୋଲି ଇନ୍‌ସାକୋଗର ୫ ଜଣ ବୈଜ୍ଞାନିକ ସତର୍କ କରାଇ ଦେଇଥିଲେ।

ମାତ୍ର ଏଭଳି ଚେତାବନୀ ସତ୍ତ୍ବେ ସଂକ୍ରମଣ ରୋକିବା ପାଇଁ ସରକାର କଡ଼ା ଆଭିମୁଖ୍ୟ ପୋଷଣ କଲେନାହିଁ ବୋଲି ସେମାନଙ୍କ ଭିତରୁ ୪ ଜଣ ବୈଜ୍ଞାନିକ କ୍ଷୋଭ ପ୍ରକାଶ କରିଛନ୍ତି। ଫଳସ୍ବରୂପ ମୁହଁରେ ମାସ୍କ ନଲଗାଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଧାର୍ମିକ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ପ୍ରଚାରରେ ଯୋଗଦେଲେ ବୋଲି ସେମାନେ କହିଛନ୍ତି। ଏପରିକି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଭଳି ସମାବେଶରେ ସାମିଲ ହୋଇଥିଲେ ବୋଲି ସେମାନେ ନିଜର ନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ସେହିପରି ହଜାର ହଜାର ଆନ୍ଦୋଳନରତ ଚାଷୀ ମଧ୍ୟ ସେମାନଙ୍କ ବିକ୍ଷୋଭ ସମାବେଶ ଜାରି ରଖିଥିଲେ।

ଏହି ସବୁର ପରିଣତି ଏବେ ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ରକୁ ଭୋଗିବାକୁ ପଡୁଛି। ବ୍ରିଟେନ୍‌ରେ ଆବିର୍ଭୂତ ନୂତନ ପ୍ରଜାତିର ରୂପାନ୍ତରିତ ଭୂତାଣୁ ସାଙ୍ଗକୁ ଭାରତରେ ଦେଖାଦେଇଥିବା ଦ୍ବୈତ ରୂପାନ୍ତରିତ ପ୍ରଜାତି ଯୋଗୁଁ ଦେଶରେ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣର ବ୍ୟାପକତା ଏପରି ଅଣାୟତ୍ତ ହୋଇପଡ଼ିଛି ବୋଲି ସେମାନେ କହିଛନ୍ତି। ଏପରି ଭୟାବହତାର ଆଶଙ୍କା ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଅବଗତ କରୁଥିବା ଜଣେ ଅଧିକାରୀଙ୍କୁ ଜଣାଇଥିଲେ। ତେବେ ସେ ମହାଶୟ ଏହାକୁ ଠିକଣା ଜାଗାରେ ପହଞ୍ଚାଇଛନ୍ତି ନା ନାହିଁ ନା ପ୍ରଧାନମନ୍ତ୍ରୀ ଏଥିପ୍ରତି ଗୁରୁତ୍ବ ଦେଇନାହାନ୍ତି, ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe