ମଣିପୁର ସ୍ଥିତି ଗମ୍ଭୀର, ସରକାର ପଠାଇଲେ ଆଉ ୯୦ କମ୍ପାନି ସିଆରପିଏଫ୍

ମଣିପୁରରେ ହିଂସା ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବାକୁ ଦୃଷ୍ଟିରେ ରଖି ସରକାର ସେଠାକୁ ସିଆରପିଏଫର ଆଉ ୯୦ଟି କମ୍ପାନି ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏବେ ୧୯୮ଟି କମ୍ପାନି ସିଆରପିଏଫ ମୁତୟନ ଅଛନ୍ତି । 

ମଣିପୁରରୁ ଉଦ୍ଧାର ହେଲେଣି ୨୩୦୦୦

ନୂଆଦିଲ୍ଲୀ: ମଣିପୁରରେ ହିଂସା ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବାକୁ ଦୃଷ୍ଟିରେ ରଖି ସରକାର ସେଠାକୁ ସିଆରପିଏଫର ଆଉ ୯୦ଟି କମ୍ପାନି ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏବେ ୧୯୮ଟି କମ୍ପାନି ସିଆରପିଏଫ ମୁତୟନ ଅଛନ୍ତି । 

ସେପଟେ ରାଜ୍ୟ ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ଶୁକ୍ରବାର କହିଛନ୍ତି ଯେ ଗତ ବର୍ଷ ମେ' ମାସରୁ ମଣିପୁରରେ ଜାତିଗତ ହିଂସାରେ ୨୫୮ ଜଣ ପ୍ରାଣ ହରାଇଛନ୍ତି। 

ରାଜ୍ୟ ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ଶୁକ୍ରବାର କହିଛନ୍ତି ଯେ ଗତ ବର୍ଷ ମେ' ମାସରୁ ମଣିପୁରରେ ଜାତିଗତ ହିଂସାରେ ୨୫୮ ଜଣ ପ୍ରାଣ ହରାଇଛନ୍ତି। 

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆଜି ଆମେ ଏକ ସୁରକ୍ଷା ସମୀକ୍ଷା ବୈଠକ କରିଥିଲୁ ଏବଂ ଏହି ବୈଠକରେ ଆମେ ସମସ୍ତ ଜିଲ୍ଲା ଏବଂ ଇମ୍ଫାଲ ସହରର ସୁରକ୍ଷା ର ସମୀକ୍ଷା କରିଥିଲୁ । ମଣିପୁରରେ ପୂର୍ବରୁ ଉପସ୍ଥିତ ଥିବା ୧୯୮ କମ୍ପାନୀ ବ୍ୟତୀତ ରାଜ୍ୟରେ ପ୍ରାୟ ୯୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍ ) ମୁତୟନ ହେବେ।

ଅନ୍ୟପକ୍ଷରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଶୁକ୍ରବାର କହିଛନ୍ତି ଯେ ଗତ ନଭେମ୍ବର ୧୬ରେ ହୋଇଥିବା ବିକ୍ଷୋଭ ସମୟରେ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପତ୍ତି ଲୁଟ୍ ଘଟଣାରେ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe