ସଂସଦର ଚଳିତ ଅଧିବେଶନରେ ଆସିପାରେ ‘ଏକ ଦେଶ-ଏକ ନିର୍ବାଚନ’ ବିଲ୍

ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି।  ମୋଦୀ ସରକାର ଏହି ବିଲ୍କୁ ସହମତିରେ ପାରିତ କରିବାକୁ ଚେଷ୍ଟା କରୁଛନ୍ତି।

ବଜେଟ ଅଧିବେଶନ ପୂର୍ବରୁ ସବୁ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ଆଦେଶ ରଦ୍ଦ ହେବ !

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି।  ମୋଦୀ ସରକାର ଏହି ବିଲ୍କୁ ସହମତିରେ ପାରିତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏଥିରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି।

ଏହା ପୂର୍ବରୁ 'ଏକ ଦେଶ, ଏକ ନିର୍ବାଚନ' ଉପରେ ରାମନାଥ କୋବିନ୍ଦ କମିଟିର ରିପୋର୍ଟକୁ କ୍ୟାବିନେଟ୍ ଅନୁମୋଦନ କରିସାରିଛି। ତେବେ ସୂଚନା ଅନୁସାରେ ସରକାର ବର୍ତ୍ତମାନ ଏହି ବିଲ୍ ଉପରେ ଏକ ସହମତି ସୃଷ୍ଟି କରିବାକୁ ଚାହୁଁଛନ୍ତି ଏବଂ ବିସ୍ତୃତ ଆଲୋଚନା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି କିମ୍ବା ଜେପିସିକୁ ନେଇପାରନ୍ତି। 

 ପୂର୍ବରୁ 'ଏକ ଦେଶ, ଏକ ନିର୍ବାଚନ' ଉପରେ ରାମନାଥ କୋବିନ୍ଦ କମିଟିର ରିପୋର୍ଟକୁ କ୍ୟାବିନେଟ୍ ଅନୁମୋଦନ କରିସାରିଛି। ତେବେ ସୂଚନା ଅନୁସାରେ ସରକାର ବର୍ତ୍ତମାନ ଏହି ବିଲ୍ ଉପରେ ଏକ ସହମତି ସୃଷ୍ଟି କରିବାକୁ ଚାହୁଁଛନ୍ତି ଏବଂ ବିସ୍ତୃତ ଆଲୋଚନା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି କିମ୍ବା ଜେପିସିକୁ ନେଇପାରନ୍ତି। 

ମିଳିଥିବା ସୂଚନା ଅନୁଯାୟୀ, ଜେପିସି ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବ। ଏହି ପ୍ରକ୍ରିୟାରେ ଅନ୍ୟ ଅଂଶୀଦାରମାନେ ମଧ୍ୟ ସାମିଲ ହେବେ। ଏହି ଆଲୋଚନାରେ ସାମ୍ବିଧାନିକ ବିଶେଷଜ୍ଞଙ୍କ ସହ ସମସ୍ତ ରାଜ୍ୟ ବିଧାନସଭାର ବାଚସ୍ପତିସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିସହିତ ଏହି ବିଲ୍ ଉପରେ ସାଧାରଣ ଲୋକଙ୍କ ମତାମତ ନେବାର ଯୋଜନା ରହିଛି।

'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ'କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନ ସଂଶୋଧନ ପାଇଁ ଅତି କମରେ ୬ଟି ବିଲ୍ ଆଗତ କରିବାକୁ ପଡ଼ିବ ଏବଂ ସରକାରଙ୍କୁ ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର। ଉଲ୍ଲେଖଯୋଗ୍ୟ, ସଂସଦର ଉଭୟ ଗୃହ, ଲୋକସଭା ଓ ରାଜ୍ୟସଭାରେ ଏନଡିଏର ସାମାନ୍ୟ ସଂଖ୍ୟାଗରିଷ୍ଠତା ରହିଛି। କିନ୍ତୁ ଗୃହରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା କେନ୍ଦ୍ର ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe