Indigo Flight Disruption : ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ତିନି ଦିନ ଧରି କଠୋର ସମାଲୋଚନାର ଶିକାର ହୋଇଛି। ଦେଶର ବିଭିନ୍ନ ବିମାନବନ୍ଦରରେ ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ସହ ଫ୍ଲାଇଟଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି । ଏହା ଦ୍ବାରା ବିମାନ ବନ୍ଦରରେ ବ୍ୟାପକ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଏହି ବିଶୃଙ୍ଖଳା ସମଗ୍ର ବିମାନ ସେବା ଶିଳ୍ପ ଏପରିକି ସରକାରଙ୍କୁ ବି ଦୋହଲାଇ ଦେଇଛି । ଆସନ୍ତା ୩ ଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହୁଥିଲେ ବି ଏପରି ହେବା ପରି ଲାଗୁନାହିଁ ।
ସରକାର ଏବେ ଏହି ସମ୍ପୂର୍ଣ୍ଣ ସଙ୍କଟକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରୁଛନ୍ତି ଏବଂ ଏଥିପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ଆଧାରରେ ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି ।
ଆହୁରି ପଢନ୍ତୁ :Joint Pain In Winter: ଶୀତଦିନେ ଅତ୍ୟଧିକ ଚା’ କିମ୍ବା କଫି ପିଇଲେ ବଢ଼ିଯିବ ଗଣ୍ଠିର ଯନ୍ତ୍ରଣା: ଏମ୍ସ ଡାକ୍ତରଙ୍କ ଚେତାବନୀ
ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ ବହିଷ୍କାର କରିବାକୁ ସୁପାରିଶ କରିବାକୁ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏହା ବ୍ୟତୀତ, ଏହି ବିମାନ କମ୍ପାନୀକୁ ମଧ୍ୟ ଦଣ୍ଡିତ କରାଯାଇପାରେ । ଏପରିକି ଏହି ଦଣ୍ଡ ଏପର୍ଯ୍ୟନ୍ତ ଶିଳ୍ପରେ ନିଆଯାଇଥିବା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ବିବେଚନା କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/06/indigo1-2025-12-06-16-18-13.jpg)