ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବେ ଭାରତ ସରକାର: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Advertisment
ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବେ ଭାରତ ସରକାର: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତ ସରକାର କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବାକୁ ଯାଉଛନ୍ତି। ଆଜି ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଗତକାଲି ସ୍ବର ସମ୍ରାଜ୍ଞୀ ଲତାଜୀଙ୍କର ଦେହାନ୍ତ ହେବା ପରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁମ୍ବାଇ ଯାଇ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଥିବା ଦେଖାଯାଇଥିଲା। ଏବେ ସ୍ବର କୋକିଳାଙ୍କୁ ସମ୍ମାନ ଦେବାକୁ ଯାଇ ଭାରତ ସରକାର ଲତା ମଙ୍ଗେସକରଙ୍କୁ ନେଇ ଡାକ ଟିକେଟ ଜାରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ।

Latest News, Breaking News Today - Bollywood, Cricket, Business, Politics - IndiaToday | IndiaToday

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମିତ ହେବା ପରେ ଗତ ଜାନୁଆରି ୮ ତାରିଖରେ ଲତାଙ୍କୁ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଭେଣ୍ଟିଲେଟରରେ ରହିବା ସହିତ ଉଭୟ କରୋନା ଓ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ। କିଛି ସପ୍ତାହ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ। କିନ୍ତୁ ଶନିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଥିଲା। ଡାକ୍ତରମାନେ ତାଙ୍କୁ ଆଇସିୟୁକୁ ନେବା ସହିତ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ। ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ତ୍ବେ ଗତକାଲି ଲତା ଆଜି ଆଖି ବୁଜିଥିଲେ। ଏହା ପରେ ଶିବାଜୀ ପାର୍କ ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଶେଷକୃତ୍ୟ ପାଇଁ ଶ୍ମଶାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପୱାର, ବଲିଉଡ ଅଭିନେତା ଶାହରୁଖ ଖାନ, ରଣବୀର କପୁର, ଅଭିନେତ୍ରୀ ଶ୍ରଦ୍ଧା କପୁର, ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe