ସରକାର କିଣିବେ ୩୦କୋଟି ‘ବାୟୋଲୋଜିକାଲ-ଇ’ କୋଭିଡ୍‌ ଟିକା

Advertisment
ସରକାର କିଣିବେ ୩୦କୋଟି ‘ବାୟୋଲୋଜିକାଲ-ଇ’ କୋଭିଡ୍‌ ଟିକା

ବେଙ୍ଗାଲୁରୁ: ଆଗାମୀ ଡିସେମ୍ବର ସୁଦ୍ଧା ସମସ୍ତ ଦେଶବାସୀଙ୍କର ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାର ଆବଶ୍ୟକ ଟିକା ଭରଣା ପାଇଁ ଦେଶର ଅନ୍ୟତମ ଭେଷଜ କମ୍ପାନି ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ୍‌-ଇ ଠାରୁ ୩୦ କୋଟି କୋଭିଡ୍‌ ଟିକା ଖରିଦ କରିବା ପାଇଁ ରାଜିନାମା ସ୍ବାକ୍ଷରିତ କରିଥିବା ଜଣାଯାଇଛି। ଦ୍ରୁତ ଟିକା ନିର୍ମାଣ ପାଇଁ ସରକାର ଉକ୍ତ କମ୍ପାନିକୁ ଅଗ୍ରୀମ ଆକାରରେ ୧୫୦୦ କୋଟି ଟଙ୍କା ଅଗ୍ରିମ ପ୍ରଦାନ କରିଥିବା ବେଳେ ଆସନ୍ତା ଅଗଷ୍ଟରୁ ଡିସେମ୍ବର ମାସ ଭିତରେ କମ୍ପାନି ସମସ୍ତ ଟିକା ଯୋଗାଇଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। ସମ୍ପ୍ରତି ଦେଶରେ ଉକ୍ତ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଥିବା ବେଳେ ତାହାର ଫଳାଫଳ ଚଳିତ ମାସ ସୁଦ୍ଧା ମିଳିଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି।

ପୂର୍ବରୁ ଦେଶର ଗଣଟିକାକରଣରେ ସାମିଲ ହୋଇଥିବା ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକା ପରେ ଉକ୍ତ ବାୟୋଲୋଜିକାଲ୍‌-ଇ ଟିକା ଦ୍ବିତୀୟ ଦେଶଜ ଟିକା ଭାବେ ଉପଯୋଗ ହେବ ବୋଲି ଜଣାଯାଇଛି। ଏହାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ଫଳାଫଳ ବେଶ୍‌ ଫଳପ୍ରଦ ଥିବା ବେଳେ ଚୂଡ଼ାନ୍ତ ଫଳ ମଧ୍ୟ ଅନୁରୂପ ମିଳିବ ବୋଲି ଆଶା କରାଯାଉଛି। ଆସନ୍ତା ଅଗଷ୍ଟ ମାସରୁ ଦିନକୁ ଏକକୋଟି ନାଗରିକଙ୍କର ଟିକାକରଣ କରିବାକୁ ସରକାର ଯୋଜନା କରିଥିବା ଥିବା ବେଳେ ସମ୍ପ୍ରତି ଟିକାକରଣରେ ବ୍ୟବହୃତ ହେଉଥିବା କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ସାଙ୍ଗକୁ ଖୁବ୍‌ ଶୀଘ୍ର ରୁଷୀୟ ଟିକା ସ୍ପୁଟନିକ୍‌-ଭି ସାମିଲ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe