ଟ୍ବିଟର, ଫେସ୍‌ବୁକ୍‌କୁ ଜବାବ ମାଗିବେ ସରକାର

Advertisment

ନିୟମ, ନିର୍ଦ୍ଦେଶ ପାଳନ ପାଇଁ କୁଣ୍ଠିତ

ନିୟମ, ନିର୍ଦ୍ଦେଶ ପାଳନ ପାଇଁ କୁଣ୍ଠିତ

ଟ୍ବିଟର, ଫେସ୍‌ବୁକ୍‌କୁ ଜବାବ ମାଗିବେ ସରକାର

Muskoka 411

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିଛନ୍ତି ଓ ଯେଉଁ ନିର୍ଦେଶ ଦେଉଛନ୍ତି ତାହାକୁ ସୋସିଆଲ୍ ମିଡିଆ କଂପାନିଗୁଡ଼ିକ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ‌ସେମାନଙ୍କ ନିୟମ ପାଳନ ହାର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ନିମ୍ନ ସ୍ତରରେ ରହୁଛି। ଏହାର ପଛର କାରଣ ଜାଣିବା ଲାଗି କେନ୍ଦ୍ର ସରକାର ଟ୍ବିଟର୍‌ ଓ ଫେସବୁକ୍‌କୁ ଜବାବ ତଲବ କରିବା ଉପରେ ବିଚାର କରୁଛନ୍ତି।

ସୋସିଆଲ୍ ମିଡିଆ କଂପାନିଗୁଡ଼ିକ ସ୍ବେଚ୍ଛାକୃତ ଭାବେ ଓ ସରକାରଙ୍କ ନିର୍ଦେଶରେ କେତେ ପରିମାଣର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ନେଇ ସରକାର ଏକ ରିପୋର୍ଟ ପ୍ରସ୍ତୁତ କରିବେ। କଂପାନିଗୁଡ଼ିକ ଅନ୍ୟ ଦେଶରେ କିଭଳି ପଦକ୍ଷେପ ନେଇଛନ୍ତି ତାହା ସହିତ ସେହି ରିପୋର୍ଟକୁ ତୁଳନା କରାଯିବ। ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ମତରେ ଯେହେତୁ ଭାରତରେ ବହୁ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀ ରହିଛନ୍ତି, ତେଣୁ ଏଠାରେ ଆପତ୍ତିଜନକ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମୂଳକ ପୋଷ୍ଟ ଅଧିକ ରହିବା ସ୍ବାଭାବିକ। ଏହା ସତ୍ତ୍ବେ ସୋସିଆଲ ମିଡିଆ କଂପାନିଗୁଡ଼ିକ ଅନ୍ୟ ଦେଶ ତୁଳନାରେ ଭାରତରେ ନୀତି ନିୟମକୁ ଠିକ୍ ଭାବେ ପାଳନ କରୁନାହାନ୍ତି। ସୋସିଆଲ ମିଡିଆ ସଂସ୍ଥାର ପ୍ରତିନିଧିମାନଙ୍କ ‌ସହ ହେବାକୁ ଥିବା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe