ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାରଙ୍କ ନୂଆ ଆଇନ: ୫ ବର୍ଷ ଜେଲ୍‌, କୋଟିଏ ଜରିମାନା

Advertisment
ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତି ଖରାପ’ ବର୍ଗରେ ରହିଛି

New Delhi: A woman wears an anti-pollution mask as smog covers the capital's skyline on Wednesday. Yesterday the air quality hit severe levels in New Delhi. PTI Photo by Shahbaz Khan(PTI11_8_2017_000013A)

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ବ‌ାୟୁ ପ୍ରଦୂଷଣ ସମସ୍ୟାକୁ ମୁକାବିଲା କରିବାପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ମା‌ଧ୍ୟମ‌ରେ ଏକ ନୂଆ ଆଇନ ଆ‌ଣିଛନ୍ତି। ନୂଆ ଆଇନ ଅଧୀନରେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ‌ଜେଲ୍‌ଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା କରାଯିବ। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ବାୟୁର ମାନ ତଦାରଖ ପାଇଁ ଏକ କମିଟି ଗଠନ ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ। ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ସ୍ଥାୟୀ କମିସନ୍‌ ପ୍ରଦୂଷଣ ରୋକିବା ଦିଗରେ କଡ଼ା ପଦକ୍ଷେପ ନେବା ସହ ଉତ୍ତମ ସହଯୋଗ, ଗବେଷଣ‌ା ଦ୍ବାରା କିଭଳି ବାୟୁର ମାନ ପରିଚାଳନା କରିହେବ ସେଥିପ୍ରତି ଗୁରୁତ୍ବ ଦେବ।

କମିସନ୍‌ର କୌଣସି ନିର୍ଦ୍ଦେଶ ଉଲ୍ଳଂଘନ କଲେ ୫ ବର୍ଷ ଜେଲ୍‌ଦଣ୍ଡ ସହ ୧ କୋଟି ଟଙ୍କା ଜରିମାନା କରାଯିବ। ଯଦି ନୂଆ ଆଇନ ଅଧୀନରେ କମିସନ୍‌ର ନିର୍ଦ୍ଦେଶକୁ କୌଣସି ନିର୍ଦ୍ଦିଷ୍ଟ ବିଭାଗ ଅଣଦେଖା କରନ୍ତି ତେବେ ସମ୍ପୃକ୍ତ ବିଭାଗ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମୁଖ୍ୟ ସଚିବ ରୢାଙ୍କ୍‌ର ଜଣେ ଅଧିକାରୀ ଏହି କମିସନ୍‌ର ମୁଖ୍ୟ ରହିବେ। କମିସନ୍‌ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସଚିବ, ଦିଲ୍ଲୀ, ପଂଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନର ବରିଷ୍ଠ ଅଧିକାରୀମାନେ ରହିବେ। ସେହିପରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି), ନିତି ଆୟୋଗ ପ୍ରତିନିଧି ଏବଂ ପରିବହନ, ସହରାଞ୍ଚଳ ବ୍ୟାପାର, ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟର ପ୍ରତିନିଧି କମିଟିର ସଦସ୍ୟ ରହିବେ।

ଏବେ କାର୍‌ ବ୍ୟବହାର ବନ୍ଦ କରି ସାଇକେଲ୍‌ ଚଳାଇବା ସମୟ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏବେ କାର୍‌ ବ୍ୟବହାର ବନ୍ଦ କରି ସାଇକେଲ୍‌ ଚଢ଼ିବା ବେଳ ଆସିଛି। ନଡ଼ାପାଳ ‌ପୋଡ଼ିବା ଯୋଗୁଁ ଦିଲ୍ଳୀ ଏବଂ ପଡ଼ୋଶୀ ରାଜ୍ୟମାନଙ୍କରେ ପ୍ରଦୂଷଣ ବଢ଼ିବା ସଂକ୍ରାନ୍ତରେ ଏକ ଆବେଦନର ଶୁଣାଣି କରି କୋର୍ଟ ଆଜି ଏହା କହିଛନ୍ତି। ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉକ୍ତ ମାମଲାର ଆଜି ଶୁଣାଣି କରିବା ସମୟରେ କହିଛନ୍ତି, କେବଳ ନଡ଼ାପାଳ ଜାଳିବା ପ୍ରଦୂଷଣର ଏକମାତ୍ର ଉତ୍ସ ନୁହେଁ। ଏବେ କାର୍‌ ବ୍ୟବହାର ବନ୍ଦ କରିବାର ସମୟ ଆସିଛି। ବୋବଡ଼େ କହିଛନ୍ତି, କିଛି ବିଶେଷଜ୍ଞଙ୍କ ଅନୁଯାୟୀ କେବଳ ନଡ଼ାପାଳ ପୋଡ଼ିବା ଯୋଗୁଁ ପ୍ରଦୂଷଣ ବଢ଼ୁନାହିଁ, କାର୍‌ ବ୍ୟବହାର ଦ୍ବାରା ମଧ୍ୟ ପ୍ରଦୂଷଣ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe