ରାଜ୍ୟପାଳ ସୀମା ଟପିଯାଇଛନ୍ତି: ଠାକ୍‌ରେ

ରାଜ୍ୟପାଳଙ୍କ ଟିପ୍ପଣୀକୁ ମୁଁ ସମର୍ଥନ କରୁନି: ସିନ୍ଦେ

ରାଜ୍ୟପାଳ ସୀମା ଟପିଯାଇଛନ୍ତି: ଠାକ୍‌ରେ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଠାକରେ କହିଛନ୍ତି, କୋଶୟାରୀ ମରାଠୀ ଲୋକଙ୍କୁ ଅପମାନିତ କରିଛନ୍ତି ଏବଂ ତାଙ୍କ ଟିପ୍ପଣୀ ଉଦ୍ଦେଶ୍ୟମୂଳକ। କୋଶୟାରୀ ସବୁ ସୀମା ଟପି ଯାଇଛନ୍ତି। ସେ ଯେଉଁ ଆସନରେ ବସିଛନ୍ତି ସେହି ଆସନକୁ ସେ ସମ୍ମାନ ଦେବା ଉଚିତ। ଠାକରେ କୋଶୟାରୀଙ୍କଠାରୁ କ୍ଷମା ଦାବି କରିଛନ୍ତି। ଠାକରେ କହିଛନ୍ତି, ବର୍ତ୍ତମାନ କୋଶୟାରୀଙ୍କୁ ତାଙ୍କ ପଦରୁ ହଟାଇବାପାଇଁ କିମ୍ବା ତାଙ୍କୁ ଜେଲ୍‌କୁ ପଠାଇବା ସଂକ୍ରାନ୍ତରେ ନିଷ୍ପତ୍ତି ନେବା ଉଚିତ। ଇତି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଏହା ରାଜ୍ୟପାଳଙ୍କ ବ୍ୟକ୍ତିଗତ ମତ ଏବଂ ସେ ଏଭଳି ମତକୁ ସମର୍ଥନ କରୁନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ବୟାନକୁ ବିରୋଧ କରି ସବୁ ବିରୋଧୀ ଦଳ ଏକସ୍ବରରେ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe