କେରଳ ଅର୍ଥମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

Advertisment
କେରଳ ଅର୍ଥମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

Zee News

ତିରୁଅନନ୍ତପୁରମ୍‌ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଚିଠି ଲେଖି ଅର୍ଥମନ୍ତ୍ରୀ କେ ଏନ୍‌ ବାଳଗୋପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବାଳଗୋପାଳଙ୍କୁ ରାଜ୍ୟ କ୍ୟାବିନେଟରୁ ହଟାଇବାକୁ ରାଜ୍ୟପାଳ କହିଛନ୍ତି। ଗତ ୧୯ ତାରିଖରେ ରାଜ୍ୟର ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଉତ୍ସବରେ ଭାଷଣ ଦେବା ସମୟରେ ବାଳଗୋପାଳ ସମ୍ବିଧାନ ବିରୋଧୀ ବୟାନ ଦେଇଥିଲେ।

ରାଜ୍ୟପାଳ ତାଙ୍କ ଚିଠିରେ ଲେଖିଛନ୍ତି, ଅର୍ଥମନ୍ତ୍ରୀ ଶପଥ ନେବାବେଳେ ଯେଉଁ ଶପଥପାଠ କରିଥିଲେ, ସେ ତାର ଉଲ୍ଲଂଘନ କରିଛନ୍ତି। ଜଣେ ମନ୍ତ୍ରୀ ହୋଇ ଜାଣିଶୁଣି ଏହି ଶପଥକୁ ସେ ଉଲ୍ଲଂଘନ କରିଥିବାରୁ ଏହା ଭାରତର ଏକତା ଏବଂ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରୁଛି। ଆଶା କରୁଛି, ଆପଣ (ମୁଖ୍ୟମନ୍ତ୍ରୀ) ଏହି ବିଷୟକୁ ଗମ୍ଭୀରତାର ସହିତ ବିଚାର କରନ୍ତୁ ଏବଂ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତେବେ ଅର୍ଥମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe