୧୬୦୦କୋଟି ବଜେଟର ଫିଲ୍ମରେ ନଜର ଆସିବେ ଧନୁଷ, ଗୋଟିଏ ଦୃଶ୍ୟ ପାଇ ଖର୍ଚ୍ଚ ହୋଇଛି ୩୧୯କୋଟି

Advertisment
୧୬୦୦କୋଟି ବଜେଟର ଫିଲ୍ମରେ ନଜର ଆସିବେ ଧନୁଷ, ଗୋଟିଏ ଦୃଶ୍ୟ ପାଇ ଖର୍ଚ୍ଚ ହୋଇଛି ୩୧୯କୋଟି

ମୁମ୍ବାଇ: ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ହଲିଉଡ ଡେବ୍ୟୁକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଧନୁଷ ଆଭେଞ୍ଜର୍ସର ଲୋକପ୍ରିୟ ନିର୍ଦ୍ଦେଶକ ରୁସୋ ବ୍ରଦର୍ସଙ୍କ ନୂଆ ଚଳଚ୍ଚିତ୍ର 'ଦ ଗ୍ରେ ମ୍ୟାନ୍'ରେ ଅଭିନୟ କରୁଛନ୍ତି। ଏହା ନେଟଫ୍ଲିକ୍ସର ସବୁଠାରୁ ମହଙ୍ଗା ଆକ୍ସନ୍ ଥ୍ରୀଲର ଫିଲ୍ମ ହେବ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ନିର୍ଦ୍ଦେଶକ ଯୋଡ଼ି ଆନ୍ଥୋନି ଏବଂ ଜୋ ରୁସୋ ନେଟଫ୍ଲିକ୍ସ କରିଥିବା ଖର୍ଚ୍ଚ ବିଷୟରେ କହିଛନ୍ତି।

ଫିଲ୍ମ 'ଦ ଗ୍ରେ ମ୍ୟାନ୍'ର କାହାଣୀ ଆନ୍ଥୋନୀ ଏବଂ ଜୋ ରୁସୋ ମିଶି ଲେଖିଛନ୍ତି। ଏହା ସହିତ ଉଭୟ ଏହାର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳୁଥିବା ଜଣାପଡ଼ିଛି। ଏଥିପାଇଁ ନେଟଫ୍ଲିକ୍ସ ତାଙ୍କୁ ୨୦୦ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୬୦୦କୋଟି ଟଙ୍କା ଦେଇଥିଲା। ଦୁହେଁ ଦୁନିଆର ଅନେକ ଚମତ୍କାର ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ କରିଥିବା କୁହାଯାଉଛି।

ସୁଟିଂକୁ ନେଇ ଜୋ ରୁସୋ କହିଛନ୍ତି, ଏହି ଚଳଚ୍ଚିତ୍ରର ଗୋଟିଏ ଆକ୍ସନ୍ ଦୃଶ୍ୟ ସୁଟ୍ କରିବାକୁ ଏକ ମାସ ସମୟ ଲାଗିଥିଲା। ଏଥିରେ ହଲିଉଡ ଅଭିନେତା ରିୟାନ ଗୋସଲିଙ୍ଗ ବଡ଼ ବନ୍ଧୁକ, ପ୍ରାଗର ଓଲ୍ଡ ଟାଉନ କ୍ୱାର୍ଟରରେ ବୁଲୁଥିବା ଏକ ଟ୍ରାମ କାର ସହିତ ଅସୌସିନଙ୍କ ପୁରା ସୈନ୍ୟ ସହିତ ଲଢ଼ୁଥିବାର ଦୃଶ୍ୟ ରହିଛି। ଯୁଦ୍ଧ ସମୟରେ ରିୟାନ୍ ଏକ ପଥର ବେଞ୍ଚରେ ବନ୍ଧା ହୋଇଥିଲେ। ଏହା ଏପରି ଏକ ଦୃଶ୍ୟ, ଯାହାକୁ ଦେଖି ଜନସାଧାରଣ ଖୁସି ହେବେ। ଏହି ଦୃଶ୍ୟର ସୁଟିଂ ପାଇଁ ପ୍ରାୟ ୪୦ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୩୧୯କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe